spot_img

Latest Posts

BSKY ଦେଉଛି ନୂଆ ଜୀବନ

ନନ୍ଦିଘୋଷ ବ୍ୟୁରୋ: ପୁଣି ସାମ୍ନାକୁ ଆସିଛି BSKYର ସଫଳତାର କାହାଣୀ। ବ୍ଯୟବହୁଳ ବୋନ ମ୍ଯାରୋ ଟ୍ରାନ୍ସପ୍ଲାଣ୍ଟ ବି ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନାରେ ମାଗଣାରେ ହେଉଛି ଚିକିତ୍ସା। ଭୁବନେଶ୍ବର ସମ ହସପିଟାଲରେ ୭୦ ପ୍ରତିଶତ ରୋଗୀଙ୍କ ଏହାଦ୍ବାରା ଉପକୃତ ହୋଇଛନ୍ତି ବୋଲି କହିଛନ୍ତି କର୍ତ୍ତୃପକ୍ଷ। ସେପଟେ ହସ୍ପିଟାଲର ହେମାଟୋଲୋଜି ବିଭାଗ ପକ୍ଷରୁ ପୁଣି ଏକ ପ୍ରତିରୋପଣ ସଫଳତାର ସହ କରାଯାଇଛି। ଜଣେ ୫୧ ବର୍ଷ ମହିଳାଙ୍କ ପ୍ରତିରୋପଣର ୪୫ ଦିନ ପରେ ମଧ୍ଯ ରୋଗୀ ସୁସ୍ଥ ଅଛନ୍ତି।

ସଞ୍ଜୀବନୀ ସାଜିଛି ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ସ୍ମାର୍ଟ କାର୍ଡ। ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି ବ୍ଯୟବହୁଳ ଚିକିତ୍ସା। ବୋନମ୍ଯାରୋ ଟ୍ରାନ୍ସପ୍ଲାଣ୍ଟ ବି ବିଏସକେୱାଇ ଦ୍ବାରା ହେଉଛି ସମ୍ଭବ। ଭୁବନେଶ୍ବର ସମ ହସପିଟାଲରେ ୭୦ ପ୍ରତିଶତ ରୋଗୀ ଏହାଦ୍ବାରା ହୋଇଛନ୍ତି ଉପକୃତ। ବିଏସକେୱାଇ ଯୋଗୁଁ ରୋଗୀଙ୍କ ମନୋବଳ ବଢିଥିବା କହିଛନ୍ତି ହସପିଟାଲ କର୍ତ୍ତୃପକ୍ଷ। ସେପଟେ ହସପିଟାଲରେ ଜଣେ  ଜଣେ ୫୧ ବର୍ଷୀୟ ମହିଳାଙ୍କ ଠାରେ ଏହି ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହୋଇଛି । ମହିଳା ଜଣକ ଦୀର୍ଘ ଦିନ ଧରି ବ୍ଲଡ କ୍ୟାନ୍ସରରେ ପିଡ଼ିତ ଥିଲେ। ଏଥିପାଇଁ ତାଙ୍କର ୨୧ ବର୍ଷ ଝିଅ ନିଜର ଷ୍ଟେମ ସେଲ ଡୋନେଟ କରିଥିଲେ। ଅଧା ମ୍ୟାଚ କରିବା ସତ୍ତ୍ଵେ ଡାକ୍ତର ମାନେ ଏହାକୁ ସଫଳ କରି ଦେଖାଇଛନ୍ତି । ପ୍ରତିରୋପଣର ୪୫ ଦିନ ବିତିଯାଇଥିଲେ ମଧ୍ୟ ରୋଗୀ ଥିବା କହିଛନ୍ତି ଡାକ୍ତର।

ସମ ହସ୍ପିଟାଲ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ଉପଲବ୍ଧି ହାସଲ କରୁଥିବାବେଳେ ବିଏସକେୱାଇ ଯୋଗୁଁ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କ୍ଷେତ୍ରରେ ଅନେକ ରୋଗୀ ନିର୍ଭର କରୁଛନ୍ତି। ବିଗତ ୨ ବର୍ଷ ମଧ୍ୟ ରେ ୫୦ ଜଣ ରୋଗୀଙ୍କ ସଫଳତାର ସହ ହୋଇଛି ଅସ୍ତ୍ରୋପଚାର। ସେଥିମଧ୍ଯରୁ ୭୦ ପ୍ରତିଶତ ବିଏସକେୱାଇ ଦ୍ବାରା କରାଯାଇଛି। ଏଥିପାଇଁ ହ୍ସପିଟାଲରେ ଥିବା ଦକ୍ଷଯ ଡାକ୍ତରି ଟିମ ନର୍ସ ଟିମ, ଟୋକ୍ନିସିଆନ ଟିମଙ୍କ କଠିନ ପ୍ରୟାସରୁ ଏହା ସଫଳ ହୋଇ ପରିଥିବା ହସ୍ପିଟାଲ ଅଧିକ୍ଷକ କହିଛନ୍ତି। ପୂର୍ବରୁ ଅନେକ ରୋଗୀ ବୋନ ମ୍ୟାରୋ ପ୍ରତିରୋପଣ ପାଇଁ ବାହାରକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ। ଏବେ ଓଡ଼ିଶାରେ ଏହି ସୁବିଧା ମିଳୁଥିବାରୁ ଉପକୃତ ହେଉଛନ୍ତି ରୋଗୀ।

Latest Posts

Don't Miss