ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସିତ ହେଲେ କର୍କଟ ରୋଗୀ

କଣ୍ଟାବାଞ୍ଜି: ଅସହାୟଙ୍କୁ ସହାୟ ହେଉଛି ବିଏସକେୱାଇ । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକେ ଉପକୃତ ହେଉଛନ୍ତି । ସେପ୍ଟେମ୍ବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ତୁରେକେଲା ବ୍ଲକ ହିଆଲ ଗାଁର ଧ୍ରୁବ ପୁଟେଲ ଚିକିତ୍ସିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।
ହିଆଲ ଗାଁର ଧ୍ରୁବ ପୁଟେଲ କର୍କଟ ରୋଗରେ ପୀଡ଼ିତ ହୋଇ ରାୟପୁର ରାମ କ୍ରିଷ୍ଣା କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବଲାଙ୍ଗିର ଭୀମ ଭୋଇ ହସ୍ପିଟାଲରୁ ଧ୍ରୁବଙ୍କୁ ରେଫର କରାଯାଇ ରାୟପୁର ରାମ କ୍ରିଷ୍ଣା କେୟାର ହସ୍ପିଟାଲକୁ ନିଆଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।