ବିଏସକେୱାଇ କାର୍ଡ ହାତେଇ ଠକୁଥିଲେ, ଧରିଲା ପୋଲିସ

କଟକ : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ରାକେଟକୁ ଧରିଲା ବାୟାଳିଶ ମୌଜା ଥାନା ପୋଲିସ । ଦଲାଲ ସମେତ ହସ୍ପିଟାଲ ମାଲିକକୁ ମିଶାଇ ମୋଟ୍ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କଠାରୁ ଏକାଧିକ ବିଏସକେୱାଇ କାର୍ଡ ଜବତ କରାଯାଇଛି ।
ବିଏସକେୱାଇ ହିତାଧିକାରୀମାନଙ୍କୁ ପ୍ରଲୋଭିତ କରି ଏହି ଦଲାଲମାନେ ସେମାନଙ୍କଠାରୁ ବିଏସକେୱାଇ କାର୍ଡ ହାତେଇ ଲକ୍ଷାଧିକ ଟଙ୍କା ଠକୁ ଥିଲେ । ଖୁବଶୀଘ୍ର ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।