ପାକିସ୍ତାନରୁ ମାଡ଼ି ଆସୁଥିବା ଡ୍ରୋନକୁ ଗୁଳି କରି ଖସାଇଦେଲା BSF

1 min read

ଅମୃତସର: ଶୁକ୍ରବାର ପାକିସ୍ତାନରୁ ଭାରତକୁ ପ୍ରବେଶ କରୁଥିବା ଏକ ଡ୍ରୋନକୁ ଗୁଳି କରି ଖସାଇ ଦେଇଛି BSF  । ସୂଚନାଯୋଗ୍ୟ,  ଏହି ଡ୍ରୋନ୍‌ ପଞ୍ଜାବର ଅମୃତସର ନିକଟସ୍ଥ  ଧାନୋଇ କଲନ ଗାଁ ନିକଟରେ ପ୍ରବେଶ କରୁଥିଲା । BSF ଦ୍ୱାରା ଧରା ପଡ଼ିଥିବା ଏହି କଳା ରଙ୍ଗର କ୍ୱାଡାକପ୍ଟର ଚାଇନାରେ ତିଆରି ହୋଇଥିବା ଜଣାପଡ଼ିଛି । ଏହା ଡିଜେଆଇ ମାଟ୍ରିସ-୩୦୦ ଡ୍ରୋନ ବୋଲି ଜଣାପଡିଛି ।

 ସୂଚନା ଅନୁସାରେ ଗତକାଲି ରାତି ୧ ଘଣ୍ଟା ୧୫ ମିନିଟ ସମୟରେ ସୀମାରେ ପ୍ରହରା ଦେଉଥିବା ବିଏସଏଫ ଯବାନମାନେ ଆକାଶରୁ ଆସୁଥିବା କୌଣସି ଏକ ଶବ୍ଦ ଶୁଣିବାକୁ ପାଇଥିଲେ । ଉପରକୁ ଦେଖିବା ପରେ ଏକ ଡ୍ରୋନ ଉଡୁଥିବା ସେମାନେ ଦେଖିବାକୁ ପାଇଥିଲେ । ଏହି ଡ୍ରୋନ ସଂଦିଗ୍ଧ ଅବସ୍ଥାରୁ ଉଡୁଥିବାରୁ ତାହାକୁ ତୁରନ୍ତ ଗୁଳିକରି ତଳକୁ ଖସାଇ ଦିଆଯାଇଥିଲା । ଡ୍ରୋନଟି ଖସିପଡ଼ିବା ପରେ ଏକ ତଲାସୀ ଅଭିଯାନ ଚଳାଇ  ଡ୍ରୋନକୁ ଠାବ କରାଯାଇଥିଲା ଓ ସ୍ଥାନୀୟ ପୁଲିସ ଓ ଅନ୍ୟ ଏଜେନ୍ସିମାନକୁ ଖବର ଦିଆଯାଇଥିଲା । ତେବେ ଏହି ଡ୍ରୋନ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ନେଇ ଆସୁଥିଲା ଅଥବା ଚୋରାବ୍ୟବସାୟୀମାନେ ନିଶାଦ୍ରବ୍ୟ ଚାଲାଣ କରୁଥିଲେ ସେ ନେଇ ସ୍ଥାନୀୟ ପୁଲିସ ଓ ବିଏସଏଫ ତଦନ୍ତ ଚଳାଇଛନ୍ତି । ପଂଜାବରେ ଅଶାନ୍ତି ସୃଷ୍ଟି କରିବାକୁ ପାକିସ୍ତାନ ପକ୍ଷରୁ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ସୀମା ଏପଟକୁ ପଠାଯାଉଛି ।