ତିନି ମହିଳା ସୁନା ତସ୍କରଙ୍କୁ ଧରିଲେ ବିଏସଏଫ ଯବାନ

କୋଲକାତା: ବିଏସ୍ଏଫ୍ ଜାଲରେ ସୁନା ଚୋରା ଚାଲାଣକାରୀ । ଧରା ପଡିଲେ ତିନି ମହିଳା ସୁନା ତସ୍କର । ପଶ୍ଚିମବଙ୍ଗର ନଦୀଆ ଜିଲ୍ଲାରେ ବିଏସଏଫ ଯବାନମାନେ ସୀମା ଆଉଟପୋଷ୍ଟ ଗେଟରେ ୩୨ ବାଟାଲିୟନ ଇଣ୍ଟେଲିଜେନ୍ସରୁ ଏକ ଟିପ୍ ଅଫ୍ ଆଧାରରେ ସ୍ୱତନ୍ତ୍ର ଅପରେସନ୍ କରିଥିଲେ । ଜବତ ସୁନାର ଓଜନ ୭ କିଲୋ ବୋଲି ଜଣାପଡିଛି ।
ବିଏସ୍ଏଫକୁ ଏକ ସୁନା ଚୋରା ଚାଲାଣକାରୀକୁ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ଯବାନଙ୍କ ପକ୍ଷରୁ ସନ୍ଧାନ ଆରମ୍ଭ ହୋଇଥିଲା । ଏହି ସମୟରେ ତିନି ଜଣ ମହିଳା ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ସୁନା ପଠାଇବାକୁ ଆସିଥିବା ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ବିଏସଏଫ ଧରିଛି । ସୁନା ଭାରତରୁ ବାଂଲାଦେଶକୁ ଚୋରା ଚାଲାଣ କରି କୋଲକାତା ଆଣିବାକୁ ଯୋଜନା ଥିଲା ।