ଗଣ-ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲେ ଦୁଇ ଯବାନ
କୋଲକାତା: ଯବାନ ଭୁଲିଗଲେ ମାନବିକତା । ମହିଳାଙ୍କ ଛୁଆକୁ ରାସ୍ତାକଡରେ ଫୋପାଡି । କୋଳରୁ ସନ୍ତାନ କୁ ଫୋପାଡି ମହିଳାକୁ ଗଣ ଧର୍ଷଣରେ 2 ବିଏସଏଫ ଜବାନ ଗିରଫ ହୋଇଛନ୍ତି । ପଶ୍ଚିମବଙ୍ଗ ଉତ୍ତର 24 ପ୍ରଗଣା ଜିଲ୍ଲା ସ୍ଥିତ ବାଗଦା ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି ଏହି ଘଟଣା । ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶର ସୀମନ୍ତରେ ଥିବା ଜିତପୁର୍ ସୀମାନ୍ତରେ ଜଣେ ମହିଳା ତାଙ୍କର ଶିଶୁ ପୁତ୍ରକୁ ନେଇ ବଙ୍ଗଳାଦେଶ ଯିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ସୀମନ୍ତ ସୁରକ୍ଷା ଭାବରେ ଥିବା ବିଏସଏଫ ଜବାନ ମହିଳାକୁ ଅଟକାଇ ନିକଟରେ ଥିବା ଏକ ଚାଷ ଜମିରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ସେପଟେ ମହିଳାଙ୍କ କୋଳରେ ଥିବା ଶିଶୁକୁ ଫୋପାଡି ମହିଳାଙ୍କ ସହ ଦୁଇ ଜଣ ବିଏସଏଫ ଯବାନ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମହିଳାଙ୍କ ଅଭିଯୋଗରେ ପୋଲିସ ଦୁଇ ବିଏସଏଫ ଜବାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ବିଏସଏଫ ଯବାନ ଙ୍କ ଘଟଣାକୁ ନେଇ ବିଏସଏଫ ବରିଷ୍ଠ ଅଧିକାରୀ କୁ ମଧ୍ଯ ଅବଗତ କରାଇଛନ୍ତି । ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନେଇ ରାଜନୀତି ଜୋର ଧରିଛି । ଟିଏମସି ଏହାକୁ ନେଇ ଜୋରଦାର କରିଛି ।