କୋଭିଡ୍ ଆକ୍ରାନ୍ତ ପତ୍ନୀଙ୍କୁ ଧରି ବେଡ୍ ପାଇଁ ମେଡିକାଲରୁ ମେଡିକାଲ ଘୁରି ବୁଲୁଥିଲେ ଯବାନ

1 min read
BSF Jawan Crying With Corona Positive WIfe For Bed In Hospital

ଭୋପାଳ: ଦେଶରେ କୋଭିଡ୍ ସଂକ୍ରମଣର ଭୟାବହ ସ୍ଥିତି ସମସ୍ତଙ୍କ ନିଦ ହଜାଇ ଦେଇଛି । ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ୁଥିବା ବେଳେ ବେଡ୍ ଅଭାବ ଓ ଅକ୍ସିଜେନ୍ ନିଅଣ୍ଟ ସ୍ୱାସ୍ଥ୍ୟସେବା ପାଇଁ ସୃଷ୍ଟି କରିଛି ନୂଆ ସଂକଟ । ମଧ୍ୟପ୍ରଦେଶରେ କରୋନା ସ୍ଥିତି ସଙ୍ଗୀନ ଥିବାବେଳେ ବିଏସଏଫର ଜଣେ ଯବାନ କୋଭିଡ୍ ସଂକ୍ରମିତ ସ୍ତ୍ରୀଙ୍କୁ ଧରି ଖଣ୍ଡିଏ ବେଡ୍ ପାଇଁ ୮ ଘଣ୍ଟା କାଳ ଘୁରି ବୁଲିବା ସମସ୍ତଙ୍କୁ ହତଚକିତ କରିଛି ।

BSF Jawan Crying With Corona Positive WIfe For Bed In Hospital

ସ୍ତ୍ରୀ ପାଇଁ ଖଣ୍ଡିଏ ଅକ୍ସିଜେନ୍ ବେଡ୍ ପାଇଁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି । ଉକ୍ତ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତ୍ରିପୁରାରେ ମୁତୟନ ହୋଇଥିବା ବିନୋଦ ସିଦ୍ଧି ଜିଲ୍ଲାରେ ରୁହନ୍ତି । ବିନୋଦଙ୍କ ପତ୍ନୀ କରୋନା ସଂକ୍ରମିତ ହେବା ପରେ ସେ ୪ ଦିନ ଛୁଟି ନେଇ ଆସିଥିଲେ । ହେଲେ ସ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରିବା ଲାଗି ୮ ଘଣ୍ଟା ଗୋଟିଏ ପରେ ଗୋଟିଏ ମେଡିକାଲ ଘୁରି ବୁଲିବାକୁ ପଡ଼ିଲା ।

https://twitter.com/i/status/1384780066723221505

ଯବାନ ଜଣଙ୍କ କାନ୍ଦି କାନ୍ଦି ନେହୁରା ହେବା ପରେ ଶେଷରେ ସ୍ତ୍ରୀଙ୍କୁ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସ୍ତ୍ରୀଙ୍କୁ ନେଇ ବିନୋଦ ତିୱାରୀ ଗୋଟିଏ ହସ୍ପିଟାଲ ଗଲା ପରେ ଡାକ୍ତର ଅକ୍ସିଜେନ୍ ନଥିବା କହି ଅନ୍ୟ ହସ୍ପିଟାଲ ପଠାଇ ଦେଉଥିଲେ । ଏଭଳି ଭାବେ ବିନୋଦ ପ୍ରବଳ ଖରାରେ ସ୍ତ୍ରୀଙ୍କୁ ନେଇ ପ୍ରାୟ ୮ ଘଣ୍ଟା ମେଡିକାଲରୁ ମେଡିକାଲ ବୁଲିଥିଲେ ।

Leave a Reply