ଜାମ୍ମୁ ଓ କଶ୍ମୀର ସୀମାରେ ସନ୍ଦିଗ୍ଧ ସୁଡ଼ଙ୍ଗ

1 min read

ଶ୍ରୀନଗର: ଜାମ୍ମୁ ଓ କଶ୍ମୀର ସୀମାରେ ସନ୍ଦିଗ୍ଧ ସୁଡ଼ଙ୍ଗ । ସାମ୍ବା ସେକ୍ଟରରେ ଏହି ସୁଡ଼ଙ୍ଗ ଠାବ ହେବା ପରେ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ନିରାପତ୍ତା ରକ୍ଷୀଙ୍କ ଗୁଳିରେ ଜୈସ-ଏ-ମହମ୍ମଦ ସଂଗଠନର ଦୁଇ ଆତଙ୍କବାଦୀ ପ୍ରାଣ ହରାଇବାର ପ୍ରାୟ ୧୪ ଦିନ ପରେ ଏହି ସୁଡ଼ଙ୍ଗ ଠାବ ହୋଇଛି । ସୀମା ସୁରକ୍ଷା ବଳରେ ଡେପୁଟି ଇନସ୍ପପେକ୍ଟର ଜେନେରାଲ ଏସପିଏସ ସାନ୍ଧୁ କହିଛନ୍ତି ହାଇସିକ୍ୟୁରିଟି ଜୋନରେ ଏହି ସୁଡ଼ଙ୍ଗ ଠାବ ହୋଇଛି । ସୁଡ଼ଙ୍ଗ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି ଏବଂ ଏହା କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହାର ସନ୍ଧାନ କାର୍ଯ୍ୟ ଜାରି ରହିଛି । ସୀମାନ୍ତରେ ଥିବା ଚକ୍ ଫକିରା ଚେକ୍ ପୋଷ୍ଟଠାରୁ ୩୦୦ ମିଟର ଦୂର ତଥା ଭାରତୀୟ ଗ୍ରାମଠାରୁ ମାତ୍ର ୭୦୦ ମିଟର ଦୂରରେ ଠାବ ହୋଇଛି ଏହି ସୁଡ଼ଙ୍ଗ । ଦୁଇ ଜଣ ଜୈସ ଆତଙ୍କବାଦୀ ଏନକାଉଣ୍ଟରରେ ପ୍ରାଣ ହରାଇବା ପରେ ଗତ ଏପ୍ରିଲ ୨୨ରେ ଜାମ୍ମୁର ସୁଞ୍ଜଓ୍ୱାନ ଇଲାକାରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଥିଲା ।