ଆପଣ ପରୀକ୍ଷା ଦେଇଛନ୍ତି କି ? ଜାଣନ୍ତୁ ଓଟିଇଟି ରେଜଲ୍ଟର ସମୟ… 

1 min read

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ବାହାରିବ ଓଟିଇଟି ପରୀକ୍ଷା ଫଳ । ନଭେମ୍ବର ୨୧ ତାରିଖ ସୁଦ୍ଧା ଓଟିଇଟି ପରୀକ୍ଷା ଫଳ ପ୍ରକାଶ କରିବାକୁ ମାଧ୍ୟମିକ ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଆଜି ଓଟିଇଟି ପରୀକ୍ଷା ବିଭ୍ରାଟକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୩ଟି ବିଷୟରେ ଆଲୋଚନା ହୋଇଛି । ପ୍ରଶ୍ନପତ୍ରରେ ଥିବା ତୃଟିକୁ ସ୍ବୀକାର କରିଛନ୍ତି ବିଭାଗୀୟ ମନ୍ତ୍ରୀ । ପରୀକ୍ଷା ପରିଚାଳନାରେ ହେଉଥିବା ତୃଟି ସୁଧାରିବାକୁ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ୩୦ ମାର୍କ ଗ୍ରେସ୍ ଦିଆଯିବ କି ନାହିଁ ସେ ନେଇ ବୈଠକରେ ଆଲୋଚନା ହୋଇଛି । ବୋର୍ଡର କଣ୍ଡକ୍ଟିଂ ବୋର୍ଡ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନେବ । ପ୍ରଶ୍ନପତ୍ର ତୃଟି କାରଣରୁ ଗ୍ରେସ୍ ମାର୍କ ଦାବି କରୁଛନ୍ତି ପରୀକ୍ଷାର୍ଥୀ । ପିଲାଙ୍କ ସମସ୍ୟାର ସମାଧାନ କରିବାକୁ ତଦାରଖ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ରି-ଚେକିଂ ପାଇଁ ଆବେଦନ କରିଥିବା ୫ ହଜାର ପରିକ୍ଷାର୍ଥୀଙ୍କୁ ଟଙ୍କା ଫେରସ୍ତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରଥମଥର ପାଇଁ ରାଜ୍ୟରେ ଓଟିଇଟି ପରୀକ୍ଷା ଅନଲାଇନରେ ହୋଇଥିଲା । କିଛି ପ୍ରଶ୍ନପତ୍ରରେ ତୃଟିଥିବା ଦର୍ଶାଇ ଛାତ୍ରଛାତ୍ରୀ ବୋର୍ଡ ଅଫିସକୁ ଯାଇଥିଲେ । ')}

Leave a Reply