ଗଞ୍ଜାମ ବରିଗୁଡ଼ାରେ ବିଜେଡି ଯୁବନେତାଙ୍କୁ ନିର୍ମମ ହତ୍ୟା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରିଗୁଡ଼ାରେ ନିର୍ମମ ହତ୍ୟା  । ବିଜେଡି ଯୁବନେତାଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ  । ମୃତକ ହେଲେ ଅନିଲ କୁମାର ମହାନ୍ତି ଓରଫ କୋକ । ଅନିଲ ସକାଳୁ ନିଜ ସ୍କୁଟି ଯୋଗେ ପାଖ ଗାଁ ଉଖୁଡ଼ା ପଟାକୁ ଯାଇ ପୋଖରୀରେ ମାଛ ଯାଆଁଳ ଛାଡିବା କଥା ଆଲୋଚନା କରି ଫେରୁଥିଲେ  । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଦୁର୍ବୃତ୍ତଙ୍କ ସଂଘବନ୍ଧ ଶଶସ୍ତ୍ର ଆକ୍ରମଣରେ ଅନିଲଙ୍କ ମୃତ୍ୟୁ ହୋଇଛି । ଅନିଲଙ୍କ ବେକ, ପେଟରେ କ୍ଷତଚିହ୍ନ ରହିଛି। ଘଟଣା ସ୍ଥଳରେ ଧରାକୋଟ ଓ  ଆସିକା ଉପଖଣ୍ଡ ପୋଲିସର ତଦନ୍ତ ଜାରି ରହିଛି   । ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ  ।

ସେପଟେ  ଅନିଲଙ୍କ ମୃତଦେହ ନିକଟରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ , ଗଂଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ରହିଥିଲେ  ଅନ୍ୟପଟେ ଅନିଲଙ୍କ ମୃତ୍ୟୁପରେ ବରିଗୁଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି  ।