ଗଞ୍ଜାମ ବରିଗୁଡ଼ାରେ ବିଜେଡି ଯୁବନେତାଙ୍କୁ ନିର୍ମମ ହତ୍ୟା
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରିଗୁଡ଼ାରେ ନିର୍ମମ ହତ୍ୟା । ବିଜେଡି ଯୁବନେତାଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ହେଲେ ଅନିଲ କୁମାର ମହାନ୍ତି ଓରଫ କୋକ । ଅନିଲ ସକାଳୁ ନିଜ ସ୍କୁଟି ଯୋଗେ ପାଖ ଗାଁ ଉଖୁଡ଼ା ପଟାକୁ ଯାଇ ପୋଖରୀରେ ମାଛ ଯାଆଁଳ ଛାଡିବା କଥା ଆଲୋଚନା କରି ଫେରୁଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଦୁର୍ବୃତ୍ତଙ୍କ ସଂଘବନ୍ଧ ଶଶସ୍ତ୍ର ଆକ୍ରମଣରେ ଅନିଲଙ୍କ ମୃତ୍ୟୁ ହୋଇଛି । ଅନିଲଙ୍କ ବେକ, ପେଟରେ କ୍ଷତଚିହ୍ନ ରହିଛି। ଘଟଣା ସ୍ଥଳରେ ଧରାକୋଟ ଓ ଆସିକା ଉପଖଣ୍ଡ ପୋଲିସର ତଦନ୍ତ ଜାରି ରହିଛି । ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ ।
ସେପଟେ ଅନିଲଙ୍କ ମୃତଦେହ ନିକଟରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ , ଗଂଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ରହିଥିଲେ ଅନ୍ୟପଟେ ଅନିଲଙ୍କ ମୃତ୍ୟୁପରେ ବରିଗୁଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି ।