ମେଡିକାଲ ଦୁର୍ନୀତି ଖବର ପ୍ରସାରଣ ପାଇଁ ଯୁବ ସାମ୍ବାଦିକଙ୍କୁ ହତ୍ୟା

Brunt Body Of Youth Journalist Found In Bihar

ପାଟଣା: ଦୁର୍ନୀତି ଖବର ଦେଖାଇବାରୁ ସାମ୍ବାଦିକଙ୍କୁ ଜାଳି ଦେଲେ । ଏଭଳି ଅଭିଯୋଗ ଆସିଛି ବିହାରରୁ । ମଧୁବନି ଜିଲ୍ଲାର ବେନିପଟ୍ଟି ଉପଖଣ୍ଡରେ ଏକ ନ୍ୟୁଜ୍ ପୋର୍ଟାଲ ବିଏନ୍ଏନ୍ ନ୍ୟୁଜ୍ ବେନିପଟ୍ଟିରେ କାମ କରୁଥିଲେ ୨୨ ବର୍ଷିୟ ବୁଦ୍ଧିନାଥ ଝା । ବିଗତ ୨ ବର୍ଷ ହେଲା ସାମ୍ବାଦିକ ଭାବେ କାମ କରୁଥିଲେ ବୁଦ୍ଧିନାଥ । ତାଙ୍କ ରିପୋର୍ଟ ପରେ ପ୍ରଶାସନ ବେନିପଟ୍ଟିର ୪ଟି ନର୍ସିଂ ହୋମ୍ ଉପରେ କିଛି ମାସ ତଳେ ପ୍ରଶାସନ ରେଡ୍ କରିବା ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଇ ଥିଲା ।

Brunt Body Of Youth Journalist Found In Bihar

ବୁଦ୍ଧିନାଥ ଝା ଘରୋଇ ନର୍ସିଂ ହୋମ୍ ବିରୋଧରେ ନିୟମିତ ଖବର ପ୍ରକାଶନ କରୁଥିଲେ । ନଭେମ୍ୱର ୭ ତାରିଖରେ ଫେସବୁକରେ ଲେଖିଥିଲେ ୧୫ ତାରିଖରୁ ଖେଳ ଆରମ୍ଭ ହେବ । ଏହି ପୋଷ୍ଟ ପରେ ନଭେମ୍ବର ୯ରେ ବୁଦ୍ଧିନାଥ ନିଖୋଜ ହୋଇ ଯାଇଥିଲେ । ଅପହରଣ ନେଇ ଅଭିଯୋଗ ପରେ ମାମଲା ରୁଜୁ କରିଥିଲା ପୋଲିସ । ସିସିଟିଭି ଫୁଟେଜ୍ ଅନୁସାରେ, ବୁଦ୍ଧିନାଥ ରାତି ୯ଟା ୫୮ରେ ଘରୁ ବାହାରିଥିଲେ । ଘର ଆଗ ଗଳିରେ ଫୋନରେ କଥା ହେଉଥିଲେ । ଏହାପରେ ରାତି ୧୦ଟା ୧୦ରେ ଶେଷ ଥର ପାଇଁ ବଜାରରେ ଦେଖିବାକୁ ମିଳିଥିଲା ।

ପୋଲିସ ବୁଦ୍ଧିନାଥଙ୍କ ମୋବାଇଲ୍ ଟ୍ରେସ୍ କରିଥିଲା । ଯାହା ବେନିପାଟ୍ଟି ଥାନା ଠାରୁ ୫ କିଲୋମିଟର ଦୂର ଗାଁ ଥିଲା । ସେଠାରେ ପୋଲିସ ପହଞ୍ଚିଥିଲେ ବି କିଛି ସୁରାକ୍ ମିଳି ନଥିଲା । ୧୨ ତାରିଖରେ ଫୋନ୍ ଆସିଥିଲା ଏକ ଅଜଣା ଶବ ମିଳିଛି । ଅର୍ଦ୍ଧଦଗ୍ଧ ମୃତଦେହଙ୍କୁ ବୁଦ୍ଧିନାଥଙ୍କର ବୋଲି ପରିବାର ଲୋକ ଚିହ୍ନଟ କରିଥିଲେ ।

Leave a Reply