ଜାତୀୟ ରାଜପଥରେ ଡ୍ରଗ୍ସ ମାଫିଆଙ୍କ ରାଜ, ଦାମି କାର ସହ ୬୫୪ ଗ୍ରାମ୍‌ ବ୍ରାଉନସୁଗାର ଜବତ

ଖୋର୍ଦ୍ଧା: ରାଜ୍ୟରେ ବଢ଼ି ଚାଲିଛି ବ୍ରାଉନସୁଗାର ମାଫିଆଙ୍କର ରାଜ। ପ୍ରତି ଦିନ ଜବତ ହେଉଛି ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନସୁଗାର। କିଛିଦିନ ତଳେ ଖୋର୍ଦ୍ଧା ଅବକାରୀ ବିଭାଗ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଥିବା ବେଳେ ଆଜି ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି। ଖୋର୍ଦ୍ଧା ଆଦର୍ଶ ଥାନା ଟିମ ୧୬ ନଂ ଜାତୀୟ ରାଜପଥର ଏକ ପେଟ୍ରୋଲ ପମ୍ପ ନିକଟରୁ ବ୍ରାଉନସୁଗାର ଜବତ କରିଛି।

୩ ଜଣ ଯୁବକ ଏକ ଦାମୀ କାର ଭିତରେ ବ୍ରାଉନସୁଗର ନେଇ ଯାଉଥିବାର ଖବର ପାଇ ଧରିଥିଲା ପୋଲିସ। ସେମାନଙ୍କ ଠାରୁ ୬୫୪ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ବ୍ରାଉନସୁଗାର ସହ ୬ ଟି ମୋବାଇଲ ୯୫ ହଜାର ଟଙ୍କା ସହ ବ୍ୟବହୃତ କାର ମଧ୍ୟ ଜବତ କରାଯାଇଛି ବୋଲି ଖୋର୍ଦ୍ଧା ଏସପି ରାଜ୍ କିଶୋର ଦୋରା ସୂଚନା ଦେଇଛନ୍ତି। ବର୍ତ୍ତମାନ ଖୋର୍ଦ୍ଧାରେ ବ୍ରାଉନସୁଗର ର ହବ ପାଲ ଟିଛି।

Leave a Reply