ଗଞ୍ଜେଇ ଧରିବାବେଳେ ଖୋଲିଲା ଡ୍ରଗ୍ସ କାରବାରର ଗୁମର

1 min read

ମାଲକାନଗିରି: ମାଲକାନଗିରିରେ ଡ୍ରଗ୍ସ ରାକେଟ୍ । ଗଞ୍ଜେଇ ଧରିବାବେଳେ ଖୋଲିଲା ଡ୍ରଗ୍ସ କାରବାରର ଗୁମର । କାଲିମେଳା NH 326ରେ ଯାଞ୍ଚବେଳେ ଡ୍ରଗ୍ସ କାରବାରରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ପ୍ରଥମେ ୫୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଅଧିକ  ପଚରାଉଚରା କରିବାପରେ ସେମାନେ ଡ୍ରଗ୍ସ କାରବାରରେ ମଧ୍ୟ ସଂପୃକ୍ତ ଥିବା ଜଣାପଡ଼ିଥିଲା  । ଅଭିଯୁକ୍ତଙ୍କ ନିକଟରୁ ୧ ଦଶମିକ ୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ୫ ଅଭିଯୁକ୍ତ ରାଜ୍ୟ ବାହାରର ହୋଇଥିବାବେଳେ ଜଣେ ମାଲକାନଗିରିର ହୋଇଥିବା ସୂଚନା ମିଳିଛି । ଦୁଇଟି କାର ସହିତ ନଗଦ ୧ଲକ୍ଷ ୪୬ହଜାର ଟଙ୍କା ଜବତ ପୋଲିସ ତଦନ୍ତ ଜାରି ରଖିଛି  । କେଉଁକେଉଁ ଅଞ୍ଚଳରେ ଅଭିଯୁକ୍ତମାନେ ଗଞ୍ଜେଇ ଓ ଡ୍ରଗ୍ସ କାରବାର ଚଳାଇଥିଲେ ସେନେଇ ଅଧିକ ତଦନ୍ତ କରାଯାଉଛି । ରାଜ୍ୟ ବାହାରର ଅଭିଯୁକ୍ତ ଏଥିରେ ସଂପୃକ୍ତ ଥିବାରୁ ଏକ ଆନ୍ତଃରାଜ୍ୟ ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି  ।