ଲୁଙ୍ଗି ଗାମୁଛା ପିନ୍ଧି ଛଦ୍ମ ବେଶରେ ମାଡ଼ି ବସିଲା ଏସ୍‌ଟିଏଫ୍

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ କବଜାରେ ବ୍ରାଉନସୁଗାର ବେପାରୀ । କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ । ହାଇ ପ୍ରୋଫାଇଲରରେ କରୁଥିଲା ଧଳାଜହର କାରବାର । ନାଇଟ କର୍ଫ୍ୟୁର ଫାଇଦା ନେଇ ଖୋର୍ଦ୍ଧା ବରୁଣେଇ ପାହଡ଼ ତଳେ କରୁଥିଲେ ଡିଲ୍ । ଲୁଙ୍ଗି ଗାମୁଛା ପିନ୍ଧି ଛଦ୍ମ ବେଶରେ ମାଡି ବସିଲା ଏସଟିଏଫ୍ । ମାଷ୍ଟର ମାଇଣ୍ଡ ବିଜୟ ସମେତ ଜଳେଶ୍ବର ଓ ଜଗତସିଂହପୁର ୪ ଜଣ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍ । ସେମାନେ ହେଲେ ବାଲେଶ୍ବର ଜଳେଶ୍ବରର ଏସ.କେ. ଜୁମାନ ଓ ଜଗତସିଂହପୁରର ସୌମ୍ୟଜିତ ପରିଜା, ସାଗର ବେହେରା, ସପନ ଭଟ୍ଟାଚାର୍ଯ୍ୟ ଓ ଖୋର୍ଦ୍ଧା ବରୁଣେଇର ବିଜୟ ମହାନ୍ତି । ଏସଟିଏଫର ରେଡ୍ ବେଳେ କୋଟିଏ ଟଙ୍କାର ୧ କିଲୋ ୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ପେକିଙ୍ଗ ମେସିନ, ଗୋଟିଏ କାର ଓ ଡିଲ୍ ପାଇଁ ଆଣିଥିବା ୫ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି ଏସଟିଏଫ । ବିଗତ ଏକ ବର୍ଷ ମଧ୍ୟରେ ୨୯ କେଜି ବ୍ରାଉନସୁଗାର ଜବତ କରିଥିବା ବେଳେ ୧୦୦ ଜଣଙ୍କୁ ଗିରଫ କରିଛି ଏସଟିଏଫ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ରହୁଥିବା ରାଜ୍ୟ ବାହାରର ଲୋକଙ୍କୁ ମଧ୍ୟ ମିଳିବ ମାଗଣା ଟିକା

Leave a Reply