ସଫଳ ହେଲା ଯୋଜନା: ବ୍ରାଉନସୁଗାର ବ୍ୟବସାୟୀଙ୍କ ବିଶ୍ୱାସ ଜିତିବା ପାଇଁ ଏମିତି ପ୍ଲାନ କରିଥିଲା ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌

ବାଲେଶ୍ୱର: ବାଲେଶ୍ୱରରେ ଧଳା ଜହର ଜାଲ । ଧଳା ଜହରର ଚେର ଖୋଜି ଖୋଜି ନୟାନ୍ତ ହେଲାଣି ପୋଲିସ । କାରଣ କେତେବେଳେ କଦଳି ଗାଡ଼ିତ କେତେବେଳେ ଖାଲିଗାଡ଼ିରେ ଲୁଚାଇ ଏହି ଧଳା ଜହର କାରବାର କରାଯାଉଥିଲା । କିନ୍ତୁ ଏହାର ଟେର ବି ପାଇପାରୁ ନଥିଲା ପୋଲିସ ।  ଯଦିଓ ପୋଲିସ ତାର ପ୍ରୟାସ ଜାରି ରଖିଛି ଏବଂ ବିଭିନ୍ନ ସ୍ଥାନରୁ ଏହି ଧଳା ଜହର ଜବତ କରିବାରେ ସଫଳ ହେଉଛି । ଏବଂ ମଙ୍ଗଳବାରରେ ସହରର ୩ଟି ସ୍ଥାନରେ ଚଢାଉ କରି ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌ ପ୍ରାୟ ଦେଢ କିଲୋ ଓଜନର ବ୍ରାଉନସୁଗାର ଜବତ କରିଛି ।

ଏଥିସହିତ ଧଳା ଜହର କାରବାରରେ ସମ୍ପୃକ୍ତ ଜଣେ ଛାତ୍ରଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ  ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ବୋଲି ଜଣାପଡ଼ିଛି । ଜବତ ଧଳା ଜହର ଓ ଅଭିଯୁକ୍ତଙ୍କୁ ଏହି ସ୍ୱତନ୍ତ୍ର ଟିମ୍‌ ମୁଖ୍ୟ କାର୍ଯ୍ୟାଳୟକୁ ନେଇଯାଇଛି । ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌ ଗତ ଦୁଇମାସ ଧରି ବ୍ୟବସାୟୀ ଭାବେ ଭୁବନେଶ୍ୱରରେ ପଢୁଥିବା ଜଣେ ଛାତ୍ରଙ୍କ ମାଧ୍ୟମରେ ବାଲେଶ୍ୱରର ବ୍ୟବସାୟୀଙ୍କ ସହିତ ଯୋଗାଯୋଗରେ ରହିଥିଲେ ।

ପୂର୍ବ ଯୋଜନା ଅନୁସାରେ, ବ୍ରାଉନସୁଗାର ବ୍ୟବସାୟୀ ଭାବେ ଦୁଇ ତିନି ଥର ଧଳା ଜହର କଣିଥିଲେ ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌ । ଏବଂ ଟିମ୍‌ ବ୍ୟବସାୟୀଙ୍କ ବିଶ୍ୱାସ ଜିତିବା ପରେ ସେମାନଙ୍କୁ ଆଜି ଗିରଫ କରିଛି । ଗତକାଲି ରାତିରେ ଦେଢ କିଲୋ ବ୍ରାଉନସୁଗାର କିଣିବାକୁ ସ୍ଥିର ହୋଇଥିଲା । ଏହି କିଣାବିକା ବେଳେ ଟିମ୍‌ ଚଢାଉ କରି ବ୍ରାଉନ୍ ସୁଗାର ଜବତ କରିଥିଲା ।

Leave a Reply