ପୁରୀରେ ଧଳା ଜହରର ଜାଲ: ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ, ୬ ଗିରଫ

ପୁରୀ: ପୁରୀରୁ ବ୍ରାଉନସୁଗାର ଜବତ । ପୁରୀ ମଙ୍ଗଳାଘାଟ ଛକ ନିକଟରେ ପୋଲିସ ଓ ଏମଭିଆଇର ମିଳିତ ଚେକିଂ କରୁଥିବା ବେଳେ ଜବତ କରାଯାଇଛି ବ୍ରାଉନସୁଗର । ଏହି ସମୟରେ ୨୭୫ ଗ୍ରାମ ବ୍ରାଉନସୁଗାର, ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ କରାଯାଇଛି । ଏନେଇ ତଦନ୍ତ ପରେ ବ୍ରାଉନସୁଗାର ବ୍ୟବସାୟ ପାଇଁ ଅଣାଯାଉଥିବା ପୋଲିସ ସୂଚନା ପାଇଥିଲା । ଘଟଣାରେ ଏକ ମାମଲା ରୁଜୁ କରିବା ସହ ୬ ଜଣଙ୍କୁ ଗିରଫ କରିଛି ବାସେଳୀ ସାହି ପୋଲିସ ।
ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି ଗାଡି, ବନ୍ଧୁକ ଓ ବ୍ରାଉନସୁଗାର ଜବତ କରାଯାଇଛି । ୨ଟି ଗାଡ଼ି ମଧ୍ୟରୁ ଗୋଟେ ସଫାରି କାର ଓ ଆଉ ଏକ ପଲସର ବାଇକ୍ ଜବତ କରାଯାଇଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଖୋର୍ଦ୍ଧାରୁ ଚାଲାଣ କରୁଥିଲେ । ଥରେ ଏମାନେ ବାରମ୍ବାର ବ୍ରାଉନସୁଗର ଚାଲଣ କରୁଥିବା ଜଣାପଡ଼ିଛି । ତେବେ ଜବତ ଧଳା ଜହରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଏହି କାରବାର ନେଇ ମାଷ୍ଟରମାଇଣ୍ଡକୁ ମଧ୍ୟ ପୋଲିସ ଧରିଛି । ଦୀର୍ଘ ୨ ବର୍ଷରୁ ପୁରୀରେ ଏହି ଚାଲାଣ ଚାଲିଛି । କେମିତି ଏହି ଚାଲାଣ କରାଯାଉଥିଲା ଏନେଇ ପୋଲିସ ତଦନ୍ତ । ମାମଲାର ତଦନ୍ତ ପରେ ଘଟଣାର ପର୍ଦ୍ଦାଫାସ ହେବ ।