ବଲିଉଡ୍‌ ଷ୍ଟାଇଲ୍‌ରେ କାରବାର, ମାଛ ମୁହଁରୁ ଜବତ ହେଲା ୩ ଲକ୍ଷ ଟଙ୍କାର ଧଳା ଜହର

1 min read

ବାଲେଶ୍ୱର: ପୁଣି ଜବତ ହେଲା ଧଳା ଜହର । ବାଲେଶ୍ୱରର ଜଳେଶ୍ୱର ଅଞ୍ଚଳରୁ ଶୁକ୍ରବାର ପୁଣି ବହୁଳ ମାତ୍ରାରେ ଜବତ ହୋଇଛି ବ୍ରାଉନ୍‌ ସୁଗାର୍‌ ବା ଧଳା ଜହର । ଜବତ ବ୍ରାଉନ୍‌ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଜଳେଶ୍ୱର ଅଞ୍ଚଳରେ ପୂର୍ବରୁ ମଧ୍ୟ ଅନେକ ଥର ଏହି ବ୍ରାଉନ୍‌ସୁଗାର କାରବାର କରାଯାଇଛି । ପଶ୍ଚିମବଙ୍ଗରୁ ଏହି ଧଳା ଜହର ଆସୁଥିବା ନେଇ ପୂର୍ବରୁ ଅନେକ ପ୍ରମାଣ ମଧ୍ୟ ରହିଛି ।

ତେବେ ଏଥର ବଲିଡଉ୍‌ ଷ୍ଟାଇଲ୍‌ରେ ଡ୍ରଗ୍ସ କାରବାର ହେଉଥିବା ବେଳେ ଧରାପଡ଼ିଛି । ବଲିଉଡ୍‌ ଫିଲ୍ମରେ ଯେଭଳି ବିଭିନ୍ନ ଚୋରା ଉପାୟ ଅବଲମ୍ବନ କରି ଡ୍ରଗ୍ସ କାରବାର କରାଯାଏ, ଠିକ୍‌ ସେହିଭଳି ଜଳେଶ୍ୱର- ପଶ୍ଚିମବଙ୍ଗରେ ଡ୍ରଗ୍ସ ମାଫିଆମାନେ ବେଆଇନ୍‌ ଭାବେ ବ୍ୟବସାୟ କରୁଛନ୍ତି । ଏଥର ମାଛ ମୁହଁରୁ ୩ଟି ବ୍ରାଉନ୍‌ ସୁଗାର ଜବତ କରିଛି ଜଳେଶ୍ୱର ପୋଲିସ । ଘଟଣାସ୍ଥଳରେ ଜଳେଶ୍ୱର ଏସ୍‌ଡିପିଓ ଅଙ୍କିତା କୁମାରୀ ଉପସ୍ଥିତ ଥିଲେ । ଏହି ୩ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ପଶ୍ଚିମବଙ୍ଗକୁ ପଠାଯାଉଥିବା ବେଳେ ଓଡ଼ିଶା ସୀମାନ୍ତରେ ଧରାପଡ଼ିଛି । ଘଟଣାରେ ଜଣେ ଯୁବକକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତର ଘର ପଶ୍ଚିମବଙ୍ଗ ଦାନ୍ତନରେ ବୋଲି ଜଣାପଡ଼ିଛି ।

Leave a Reply