ଭୁବନେଶ୍ବର : ରାଜଧାନୀରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର । ପ୍ରାୟ ୪୦୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଟୁଇନ ସିଟିରେ ଧଳାଜହର କାରବାର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ବେଳେ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ । ଅଭିଯୁକ୍ତର ନାଁ ଶେଖ ଆକବର । ଘର ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ସହଦେଵ ଖୁଣ୍ଟା । ଅନ୍ୟତମ ସହଯୋଗୀ ଶେଖ ସାଦିକ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ । ନିଶା ସିଣ୍ଡିକେଟ ଚଳାଉଥିବା ବ୍ୟକ୍ତିଙ୍କୁ ଗିରଫ ସହ ତା ବିରୋଧରେ ଦଣ୍ଡ ବିଧାନକୁ ବ୍ୟାପକ କରିବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର।

