spot_img

Latest Posts

ଜଳେଶ୍ୱର ପାଲଟିଛି ଧଳାଜହରର ଆଡ୍ଡାସ୍ଥଳୀ, ଜବତ ହେଲା ୬୦ ଲକ୍ଷ ଟଙ୍କାର ଧଳାଜହର

ବାଲେଶ୍ୱର: ଜଳେଶ୍ୱରରୁ ପୁଣି ବ୍ରାଉନସୁଗାର ଜବତ। କରୋନା କାଳରେ ବଢ଼ିଚାଲିଛି ଧଳାଜହର ବେପାର। ଗତ କାଲି ବିଳମ୍ବିତ ରାତିରେ ରାଜପୁର ବସ୍ତି ଉପରେ ପୋଲିସ ଚଢ଼ାଉ କରି ଆନୁମାନିକ ୬୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଘଟଣାରେ ଜଣେ ମହିଳାକୁ ଅଟକ ରଖିଛି ପୋଲିସ।   ଅଟକ ମହିଳା ଜଣକ ହେଲେ ସେକ ସରିଫଙ୍କ ସ୍ତ୍ରୀ ଜୟୀଗୁନ ବିବି।

ଜଳେଶ୍ୱର ପୋଲିସ କୌଣସି ସୁତ୍ରରୁ ଖବର ପାଇ ସେକ ସରିଫଙ୍କ ଘର ଉପରେ ଚଢ଼ାଉ କରିଥିଲା। ଜବତ ବ୍ରାଉନ ସୁଗାରର ବଜାରର ମୂଲ୍ୟ ୬୦ ଲକ୍ଷ ଟଙ୍କାର ଅଧିକ ହେବ ବୋଲି କହିଛି ପୋଲିସ। ଚଢ଼ାଉ ବେଳେ ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ସହ ୨୫ ଜଣିଆ ଟିମ ଉପସ୍ଥିତ ଥିଲେ।

Latest Posts

Don't Miss