ପୂର୍ବ ଶତ୍ରୁତାରୁ ପିଉସୀ ପୁଅ ଭାଇକୁ ପିଟି ପିଟି ମାରିଦେଲା ଭାଇ

ବଲାଙ୍ଗୀର: ରାଜ୍ୟରେ ପୁଣି ଏକ ହତ୍ୟା । ରାଉରକେଲାରେ ଜଣେ ଯୁବକଙ୍କୁ ବେକ କାଟି ହତ୍ୟା କରାଯାଇଥିବା ବେଳେ ବଲାଙ୍ଗୀରରୁ ବି ଆସିଛି ଏକ ହତ୍ୟା ଅଭିଯୋଗ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଲାଙ୍ଗୀର କର୍ଲାପାଟ ଗାଁରେ ପିଉସୀ ପୁଅ ଭାଇ ବିଭୀଷଣ ଧରୁଆକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ଅଭିଯୁକ୍ତ ଭାଇ ପୁରୁନ୍ଧର ଧରୁଆ ।

ଅଭିଯୋଗ ଅନୁସାରେ, ଗତକାଲି ଗାଁରେ ନାମଯଜ୍ଞ ଚାଲୁଥିଲା । ବିଭୀଷଣ ନାମଯଜ୍ଞ ଦେଖୁଥିଲା । ଏହି ସମୟରେ ପଛପଟୁ ପୁରୁନ୍ଧର ଠେଙ୍ଗାରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍ ଆସି ଅଧିକ ତଦନ୍ତ କରିବ । ପୂର୍ବରୁ ମଧ୍ୟ ପୁରୁନ୍ଧର ନିଜ ଭାଇକୁ ହତ୍ୟା କରିବା ଅଭିଯୋଗରେ ଜେଲ ଯାଇଥିଲା ।