ରସିକିଆ ଶଳା ପାଇଁ କନିଆ ଠିକ୍‌ କରି ଫଶିଲା ଭିଣୋଇ

ଆଠଗଡ଼: ମହଙ୍ଗା ପଡ଼ିଲା ବାହାଘର ନିଶା । ଦୁଇଥର ବାହା ହେବା ପରେ ତୃତୀୟ ଥରରେ ଧରାପଡ଼ିଲା ବରର କାରନାମା । ବାହାଘର ପାଇଁ ଚାଲିଥିଲା ଶଳା ଭିଣେଇଙ୍କର ଯୋରଦାର ପ୍ରୟାସ । ପ୍ଲାନ ସଫଳ ହେଲା କିନ୍ତୁ ବରର କାରନାମା ଧରାପଡ଼ିଗଲା । ନିଜ ଭାଇ କହି ଶଳାର ତୃତୀୟ ବିବାହ କରି ଥାନାରେ ଭିଣୋଇ । ଭିଣୋଇକୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ବର ଏବେ ଫେରାର ରହିଛି । କଟକ ଗୁରୁଡ଼ିଝାଟିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ସୂଚନା ଅନୁଯାୟୀ,  କଟକ କଙ୍କଡ଼ାଯୋଡ଼ି ଗାଁର ଅରବିନ୍ଦ ସାହୁ ପୂର୍ବରୁ ୨ଥର ବିବାହ କରିଥିଲେ । ପରେ ଫେବ୍ରୁଆରୀ ୨୮ ତାରିଖରେ ବୌଦ୍ଧରେ ପୁଣି ତୃତୀୟ ଥର ପାଇଁ ବିବାହ କରିଥଲେ । ତୃତୀୟ ବାହାଘର ନେଇ ଭିଣୋଇ ଏବଂ ଶଳାଙ୍କର ଚାଲିଥିଲା ଯୋରଦାର ପ୍ଲାନ । ନିଜ ଶଳାକୁ ଭାଇର ପରିଚୟ ଦେଇ ଭିଣୋଇ ବାହା କରାଇବା ପରେ ନୂଆବୋହୁକୁ ନିଜ ଘରେ ରଖିଥିଲେ ଭିଣୋଇ ।

କିନ୍ତୁ ନବବିବାହିତା ତାଙ୍କ ସ୍ୱାମୀ ୨ଥର ବିବାହ କରିଥିବା ଜାଣି ନିଜ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଝିଅଙ୍କ ପରିବାର ଲୋକ ଗୁରୁଡ଼ିଝାଟିଆ ଥାନାରେ ଏତଲା ଦେବା ପରେ ପୋଲିସ ନବବଧୂଙ୍କୁ ଉଦ୍ଧାର କରିବା ସହ ଯୌତୁକ ଜିନିଷ ଜବତ କରିଛି । ଘଟଣାରେ ଭିଣୋଇ ସନ୍ତୋଷ ସାହୁ ଥାନାରେ ଅଟକ ଥିବା ବେଳେ ବର ଫେରାର ଅଛି ।

Leave a Reply