ଜମିବାଡ଼ି ପାଇଁ ଦିବ୍ୟାଙ୍ଗ ଭାଇକୁ ମରଣାନ୍ତକ ଆକ୍ରମଣ କଲେ ଦୁଇ ଭାଇ

ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଫାଣ୍ଡି କଟାପାଲି ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ଓ ଘର ଡ଼ିହ ଭାଗବଣ୍ଟା ଘଟଣାକୁ କେନ୍ଦ୍ର କରି ଗାଁର ହାତୀ ପରିବାରର ୪ଜଣ ଭାଇ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ପରେ ଉତ୍ୟକ୍ତ ହୋଇ ଅନ୍ୟ ଦୁଇ ଜଣ ଭାଇ ନିଜ ଦିବ୍ୟାଙ୍ଗ ବଡ଼ ଭାଇ ଓ ମଝିଆ ଭାଇକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଭୁଜାଲି ଓ ଲୁହା ଶାବଳରେ ପେଟରେ ଭୂସୀ ମଝିଆ ଭାଇ ମାଧବକୁ ହତ୍ୟା ଉଦ୍ୟମ କରିଥିବା ବେଳେ ବଡ଼ ଭାଇ ନିତ୍ୟା ହାତୀ (ଦିବ୍ୟାଙ୍ଗ)କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଛନ୍ତି । ଯାହା ଫଳରେ ତାଙ୍କର ଦୁଇ ହାତ ଭାଙ୍ଗି ଯାଇଥିବା ବେଳେ ଛାତି ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି ।

ତେବେ ଆକ୍ରମଣର ଶିକାର ହୋଇଥିବା ଉଭୟ ଭାଇଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ମାଧବଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ଅପରପକ୍ଷେ ଆକ୍ରମଣ କରିଥିବା ବ୍ୟକ୍ତି ମାନେ ହେଲେ ସାରଙ୍ଗ ହାତୀ, ଗୌର ହାତୀ ଓ ସୁଶାନ୍ତ ହାତୀ ବୋଲି ଜଣାପଡିଛି । ଏନେଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

Leave a Reply