ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇ ଗୁରୁତର

ରେଢାଖୋଲ : ପାରିବାରିକ କଳହରୁ କରୁଣ ପରିଣତି । ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇ ଗୁରୁତର । ରେଢାଖୋଲ ଥାନା ବଡକୁଡା ଗାଁର ଘଟଣା । କାଳିଆ ଯୋଜନାରେ ମିଳୁଥିବା ଟଙ୍କାକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ଯରେ ବଚସା ହୋଇଥିଲା । ମିଳୁଥିବା ଟଙ୍କା ବଡ ଭାଇ ଯୁଧିଷ୍ଠିର ନଦେଇ ସମସ୍ତ ଟଙ୍କା ସାନ ଭାଇ ଯୁଗଳ କିଶୋର ସାହୁ ରଖୁଥିଲେ । ଫଳରେ ଦୁଇ ଭାଇଙ୍କ ମଧ୍ଯରେ କନ୍ଦଳ ସୃଷ୍ଟି ହୋଇଥିଲା । ଶେଷରେ ସାନ ଭାଇ ଯୁଗଳ କିଶୋର ଘରୁ ଟାଙ୍ଗିଆ ଆଣି ବଡ ଭାଇ ମୁଣ୍ଡ ଏବଂ ପିଠିରେ ଦୁଇଥର ଆକ୍ରମଣ କରିଥିଲା । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣା ଘଟାଇ ସାନ ଭାଇ ଘଟଣା ସ୍ଥଳରୁ ଫେରାର୍ ଥିବାବେଳେ, ଘଟଣାର ତଦନ୍ତ କରୁଛି ପୋଲିସ ।