ଖେଳ ହେଲା କାଳ, ପୋଖରୀରେ ବୁଡ଼ି ଭାଇଭଉଣୀ ମୃତ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଡଙ୍କାରି ଗାଁରେ ଅଘଟଣ । ପାଠପଢ଼ି ସ୍କୁଲରୁ ଫେରିବା ବେଳେ ପୋଖରୀରେ ପଡ଼ି ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି । ଗାଁର ବିନୋଦ ପାତ୍ରଙ୍କ ୫ ବର୍ଷର ପୁଅ ବାବୁନି ଓ ଗଞ୍ଜା ଗାଁର ସୁକୁଦେବ ସାମଲଙ୍କ ୩ ବର୍ଷର ଝିଅ ମାମୁନିର ମୃତ୍ୟୁ ହୋଇଛି । ଉଭୟ ସ୍କୁଲ୍ ଛୁଟି ହେବା ପରେ ଘରକୁ ଫେରି ବାଡ଼ି ପଛପଟ ପୋଖରୀ ହୁଡ଼ାରେ ଖେଲୁଥିଲେ । ଗୋଡ଼ା ଗୋଡ଼ି ହୋଇ ଖେଳୁଥିବା ବେଳେ ହଠାତ୍ ବାବୁନିର ଗୋଡ଼ ଖସିଯାଇଥିଲା ।

Brother And Sister Drowned Death In Rajkanika

ବାବୁନିକୁ ଧରିବାକୁ ଯାଉଥିବା ବେଳେ ମାମୁନି ବି ପୋଖରୀରେ ପଡ଼ି ଯାଇଥିଲା । ଉଭୟ ପୋଖରୀରେ ବୁଡ଼ି ଯାଇଥିବା ବେଳେ ପରିବାର ଲୋକ ଓ ଗ୍ରାମବାସୀ ଖୋଜାଖୋଜି କରିଥିଲେ । ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ମାମୁନି ଓ ବାବୁନିକୁ ଉଦ୍ଧାର କରିଥିଲେ । ମେଡିକାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Brother And Sister Drowned Death In Rajkanika

ବାବୁନି ଓ ମାମୁନି, ମାମୁ ପୁଅ ଓ ପିଉସୀ ଝିଅ ବୋଲି ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବାକୁ ଆଳି ପଠାଇଛି । ପରିବାରକୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।