ବ୍ରିଟେନର ଧନୀ ସରକାରଙ୍କୁ କାହିଁକି କହିଲେ,ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଅ

ନୂଆଦିଲ୍ଲୀ: ବିତ୍ତଶାଳୀ ବ୍ୟକ୍ତିଙ୍କ ବିରୋଧରେ ଟ୍ୟାକ୍ସ ଫାଙ୍କି ଭଳି ଅଭିଯୋଗ ଅବା ଟ୍ୟାକ୍ସ ପାଙ୍କି ଘଟଣା କିଛି ନୂଆ କଥା ନୁହେଁ । କିନ୍ତୁ ବ୍ରିଟେନ୍ ଘଟିଛି ବିପରୀତ ଘଟଣା । ଏଠାକାର ଶିଳ୍ପପତି ଅଧିକ ଟ୍ୟାକ୍ସ ଦେବାକୁ ଆଗ୍ରହ ପ୍ରକାଶ କରିବା ଏବଂ ଏଥିଲାଗି ସରକାରଙ୍କୁ ନିବେଦନ କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ବ୍ରଟେନ୍‌ର ୩୦ ଅରବପତିଙ୍କ ସମୂହ ସେଠାକର ଅର୍ଥମନ୍ତ୍ରୀ ଋଷି ସୁନକ୍‌ଙ୍କୁ  ଚିଠି ଲେଖି ତାଙ୍କ ଉପରେ ଏବଂ ଅନ୍ୟ ଧନି ଲୋକଙ୍କ ଉପରେ ଓ୍ୱେଲ୍ଥ ଟ୍ୟାକ୍ସ ଲାଗୁ କରିବାକୁ ଅପିଲ୍ କରିଛନ୍ତି । ସେମାନଙ୍କ କହିବା ହେଲା ଯେ, ଧନୀ ଲୋକେ ଯଦି ଅଧିକ ଟ୍ୟାକ୍ସ ଦେବେ ତେବେ କମ୍ ଆୟକାରୀ ବ୍ୟକ୍ତିଙ୍କ ଉପରେ ଟ୍ୟାକ୍ସ ବୋଝ ପଡ଼ିବ ନାହିଁ । ଋଷି ସୁନକ୍ ଭାରତୀୟ ଆଇଟି କମ୍ପାନୀ ଇନ୍‌ଫୋସିସର ସହ ସଂସ୍ଥାପକ ଏନ୍‌ ଆର ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ ।

ବ୍ରିଟେନର ଅରବପତି ବଜେଟ ପୂର୍ବରୁ ସୁନକଙ୍କୁ ଚିଠି ଲେଖିଛନ୍ତି । ସେମାନେ କହିଛନ୍ତି ଧନୀ ଲୋକଙ୍କୁ ଉପରେ ଓ୍ୱେଲ୍ଥ ଟ୍ୟାକ୍ସ ଲାଗୁ ହେଲେ କରୋନା କାରଣରୁ ଭୁଶୁଡ଼ି ଯାଇଥିବା ଅର୍ଥବ୍ୟବସ୍ଥାରେ ସୁଧାର ଆସିବ । ବର୍ତ୍ତମାନ ସମୟରେ ସରକାରୀ ରାଜସ୍ୱ ଉପରେ ଅଧିକ ପ୍ରଭାବିତ ହୋଇଛି । ସରକାରଙ୍କୁ ବର୍ତ୍ତମାନ ଓ ଭବିଷ୍ୟତର ଆହ୍ୱାନକୁ ମୁକାବିଲା କରିବାର ଅଛି । କରୋନ, ଜଳବାୟୁ ପରିବର୍ତ୍ତନ ବଡ଼ ଆହ୍ୱାନ ରୂପେ ସରକାରଙ୍କ ନିକଟରେ ଉଭା ହୋଇଛି ।

ଚିଠିରେ ଆହୁରି ଉଲ୍ଲେଖ ରହିଛି ଯେ, ଆମେ ଜାଣିଛୁ, ଆପଣ ଟଙ୍କା ଯୋଗାଡ଼ କରିପାରିବେ । ଆପଣଙ୍କୁ ଆମ ଭଳି ଲୋକଙ୍କ ସମ୍ପତ୍ତି ଉପରେ ଟ୍ୟାକ୍ସ ଲାଗୁ କରିବାକୁ ପଡ଼ିବ । ଆମେ ଅଧିକ ଟ୍ୟାକ୍ସ ଦେଇପାରିବୁ । ଆମକୁ ଦେଶର ଅର୍ଥ ବ୍ୟବସ୍ଥାର ସୁଧାରରେ ଯୋଗଦାନ କରିବାର ଅଛି । ଆମକୁ ଜାତୀୟ ସାମାଜିକ ସୁରକ୍ଷା ଭଳି ଯୋଜନା ପାଇଁ ଟ୍ୟାକ୍ସ ଦେବାରେ ଗର୍ଭ ଅନୁଭବ କରୁଛୁ । କରୋନା କାଳରେ ସାରା ବିଶ୍ୱ ଉପରେ ଆର୍ଥକ ବୋଝ ପଡ଼ିଛି । ଏଥିରୁ ମୁକୁଳିବା ପାଇଁ  ଏହାର ମୁକାବିଲା ନେଇ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବଡ଼ ଖର୍ଚ୍ଚ କରିବାକୁ ପଡ଼ିଛି । ଏଣୁ ସରକାରଙ୍କ ଉପରେ ଆର୍ଥିକ ବୋଝ ବଢ଼ିଛି । ଏଣୁ ଟ୍ୟାକ୍ସ ଲାଗୁ କରିବାକୁ ଅପିଲ୍ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ପୁଣି ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା: କହିଲେ, ୪ହଜାର ଭିଡ଼ ଭିତରୁ କେବଳ ୨୩ ଜଣ ସାକ୍ଷୀ ମିଳିଲେ

Leave a Reply