spot_img

Latest Posts

ରାମ ରାବଣ କାହାଣୀକୁ କାହିଁକି ମନେପକାଇଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

ଲଣ୍ଡନ: କରୋନାର ପ୍ରକୋପରେ ହାର ମାନୁଛନ୍ତି ବଡ଼ ବଡ଼ ଦେଶ । ଦିନ ବଢିବା ସହ କରୋନା ସଂକ୍ରମଣ ମଧ୍ୟ ବଢିବାରେ ଲାଗୁଛି । ଆମେରିକା, ବ୍ରିଟେନ ଭଳି ଦେଶ ମଧ୍ୟ କରୋନାକୁ ମାତ ଦେବାକୁ ସବୁ ପ୍ରକାର ପ୍ରୟାସ ଜାରି ରଖିଛି । ଏଭଳି ପରିସ୍ଥିତିରେ ଦେଶବାସୀଙ୍କୁ ସାନ୍ତ୍ୱନା ଦେବାକୁ ବ୍ରିଟିଶର ପ୍ରଧାନମନ୍ତ୍ରୀ ଭାରତୀୟ ସଂସ୍କୃତି ଆପଣେଇଛନ୍ତି । ଏବଂ ଦେଶବାସୀଙ୍କୁ ରାମୟଣର ମୁଖ୍ୟ ଚରିତ୍ର ଭଗବାନ ଶ୍ରୀରାମ ଓ ରାବଣର ଯୁଦ୍ଧ କାହାଣୀ ବିଷୟରେ ଅବଗତ କରାଇଛନ୍ତି ।

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ, ଯେମିତି ଭଗବାନ ରାମ ରାକ୍ଷସ ରାଜା ରାବଣକୁ ପରାସ୍ତ କରି ତାଙ୍କ ପତ୍ନୀ ସୀତାଙ୍କ ସହ ଫେରିଥିଲେ, ଏବଂ ତାଙ୍କୁ ଲକ୍ଷ ଲକ୍ଷ ଦୀପ ଜଳାଇ ସ୍ୱାଗତ କରାଯାଇଥିଲା, ଏହି ଦିପାବଳି ଠିକ୍ ସେମିତି ଆମେ ମଧ୍ୟ କରୋନା ଲଢେଇରେ ବିଜୟ ହାସଲ କରିବୁ ।

ଜନସନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କହିଛନ୍ତି ଯେ, ଭାରତୀୟ ସମୁଦାୟ ସୁରକ୍ଷିତ ଦୀପାବଳି ପାଳନ କରିବା ପାଇଁ ଅନେକ ତ୍ୟାଗ କରିଛି ଏବଂ ଏହି ମହାମାରୀ ବିରୋଧରେ ଲଢିବାରେ ପ୍ରଶାସନକୁ ସାହଯ୍ୟ ମଧ୍ୟ ଦେଇଛି । ଏହାସହ ଭାରତୀୟଙ୍କ ଦ୍ୱାରା ଭର୍ଚୁଆଲ୍ ଦୀପାବଳି ପାଳନ କରିବାର ନିଷ୍ପତ୍ତି ଉପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଜାଣେ ଯେ ପ୍ରିୟଜନଙ୍କଠାରୁ ଦୂରରେ ରହି ଏହି ପର୍ବ ପାଳନ କରିବା ସହଜ ନୁହେଁ । ଯେତେବେଳେ କି ଆପଣ ସାଙ୍ଗମାନଙ୍କ ସହିତ ମଜା କରିବାକୁ ଚାହୁଁଥିବେ । ତେବେ ଜନସନ ଭାରତୀୟଙ୍କ ତ୍ୟାଗ ଏବଂ ନିଷ୍ଠାକୁ ପ୍ରଶଂସା କରି କହିଛନ୍ତି ଯେ ଏହି ପ୍ରୟାସ ପ୍ରେରଣା ଯୋଗାଉଛି।

ଇଚ୍ଛା ଶକ୍ତି ଉପରେ ନିର୍ଭର

ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି ଯେ, ନିଶ୍ଚିତ ଭାବରେ ଆଗରେ ବଡ ଆହ୍ୱାନ ରହିଛି, କିନ୍ତୁ ମୋତେ ଲୋକମାନଙ୍କର ସଂକଳ୍ପ, ଯୁଦ୍ଧ କ୍ଷମତା ଏବଂ ବୁଝାମଣା ଉପରେ ବିଶ୍ୱସ ଅଛି ଆମେ ଏହି ରୋଗରୁ ମୁକ୍ତ ହୋଇପାରିବା । ଠିକ୍ ସେମିତି ଯେମିତି ଦୀପାବଳି ଆମକୁ ଶିକ୍ଷା ଦେଇଥାଏ ଯେ, ଅନ୍ଧାର ଉପରେ ଆଲୁଅର ବିଜୟ, ଖରାପ ଉପରେ ଭଲ, ଅଜ୍ଞାନଙ୍କ ଉପରେ ଜ୍ଞାନକ ପ୍ରକାଶ ହୋଇଥାଏ । ସୂଚନା ଯୋଗ୍ୟ ଯେ, ଜନସନ ଇଂଲଣ୍ଡରେ ଲକଡାଉନର ୨ୟ ପର୍ଯ୍ୟାୟକୁ ସଫଳ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ଏବଂ ଲକଡାଉନ ୨ ଡିସେମ୍ବର ପର୍ଯ୍ୟନ୍ତ ରହିବ ।

Latest Posts

Don't Miss