ICUରେ ଭର୍ତ୍ତି ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ଗାର୍ଲଫ୍ରେଣ୍ଡଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି ଲକ୍ଷଣ

ଆଇସିୟୁରେ ଭର୍ତ୍ତି ହେଲେ କରୋନା ଆକ୍ରାନ୍ତ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଏଥିସହିତ ୬ ମାସର ଗର୍ଭବତୀ ଥିବା ତାଙ୍କ ଗାର୍ଲଫ୍ରେଣ୍ଡ ଠାରେ ମଧ୍ୟ କରୋନା ଲକ୍ଷଣ ଦେଖିବାକୁ ମିଳିଛି । ଏହା ପରେ ସେ ନିଜକୁ ଆଇସୋଲେସନ୍‌ରେ ରଖିଛନ୍ତି । କିନ୍ତୁ ସେ ଏଯାଏଁ ନିଜର କରୋନା ପରୀକ୍ଷା କରାଇନାହାନ୍ତି ।

ତେବେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ ହେଉଥିବାରୁ ଅସୁସ୍ଥ ବିଟ୍ରେନ ପ୍ରଧାନମନ୍ତ୍ରୀଙ୍କୁ ଦେଖାକରିବାକୁ ଯାଇପାରିନାହାନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ସିମଣ୍ଡସ୍ ।

UK: कोरोना से बीमार पीएम ICU में भर्ती, 6 माह की प्रेग्नेंट गर्लफ्रेंड में भी दिखे लक्षण

ପ୍ରଧାନମନ୍ତ୍ରୀ ପଜିଟିଭ୍ ଆସିବା ପରେ ନିଜକୁ ଆଇସୋଲେସନ୍‌ରେ ରଖିଛନ୍ତି ସିମଣ୍ଡସ୍ । ପ୍ରଧାନମନ୍ତ୍ରୀ ଜନସନ୍‌ ବୟସ ୫୫ ବର୍ଷ ଓ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ବୟସ ୩୨ ବର୍ଷ । ଥମାସ୍‌ ହସ୍ପିଟାଲରେ ଜନସନଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କୁ ଅକ୍ସିଜନ୍‌ର ଆବଶ୍ୟକତା ଥିବା କୁହାଯାଉଛି ।

ଅପରପକ୍ଷରେ ୪ ଏପ୍ରିଲରେ ସିମଣ୍ଡସ୍‌ ଟ୍ୱିଟ୍ କରିକହିଥିଲେ ଯେ, ସେ ଗତ ସପ୍ତାହେ ହେଲା ବେଡ୍‌ରେ ରହିଛନ୍ତି । ତାଙ୍କ ଠାରେ କରୋନାର କିଛି ଲକ୍ଷଣ ଦେଖିବାକୁ ମିଳିଥିଲା । ୭ ଦିନ ପରେ ସେ ନିଜକୁ ସୁସ୍ଥ ଅନୁଭବ କରିବାରୁ ସେ ଆଉ ଟେଷ୍ଟ କରାଇନାହାନ୍ତି । ଗର୍ଭବତୀ ଥିବା ମହିଳାଙ୍କ କରୋନା ଆକ୍ରାନ୍ତ ହେବା ଚିନ୍ତା ଜନକ ବିଷୟ ।

UK: कोरोना से बीमार पीएम ICU में भर्ती, 6 माह की प्रेग्नेंट गर्लफ्रेंड में भी दिखे लक्षण

ଏଣୁ ସେ କରୋନା ଆକ୍ରାନ୍ତ ମହିଳାଙ୍କ ପାଇଁ କିଛି ଟିପ୍ସ ମଧ୍ୟ ସେୟାର କରିଛନ୍ତି । ସିମଣ୍ଡସ୍ ଏବଂ ଜନସନ୍ ଫେବ୍ରୁଆରୀରେ ନିର୍ବନ୍ଧ କରିଥିବା ନେଇ ଘୋଷଣା କରିଥିଲେ ।

UK: कोरोना से बीमार पीएम ICU में भर्ती, 6 माह की प्रेग्नेंट गर्लफ्रेंड में भी दिखे लक्षण

ସୂଚନା ଯୋଗ୍ୟ ଯେ, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ନିଜକୁ ଆଇସୋଲେସନ୍‌ରେ ରଖିଥିଲେ । କିନ୍ତୁ ପରେ ତାଙ୍କ ସ୍ଥିତି ବିଗିଡ଼ିବାରେ ଲାଗିଥିଲା । ଏଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Leave a Reply