ବ୍ରିଟେନର ରାଜା ହେଲେ କିଙ୍ଗ୍ ଚାର୍ଲସ, ନିମାପଡ଼ାରେ ଖୁସିର ଲହରୀ

ନିମାପଡ଼ା:  ବ୍ରିଟେନର ନୂଆ ଶାସକ ହୋଇଛନ୍ତି କିଙ୍ଗ ଚାର୍ଲସ  । ବି୍ରଟେନର ରାଜଗାଜି ସମ୍ଭାଳୁଥିବା ଏହି ରାଜାଙ୍କୁ ନେଇ ଏବେ ଓଡ଼ିଶାରେ ଚର୍ଚ୍ଚା  । କାରଣ ସେ ଆସିଥିଲେ  ପୁରୀ ଜିଲ୍ଲା ନିମାପଡ଼ା ଅନ୍ତର୍ଗତ ହରିପୁର ଗ୍ରାମକୁ  । ଗ୍ରାମକୁ ଯେଉଁ ବ୍ୟକ୍ତି ଆସିଥିଲେ, ସେ ଆଜି ବ୍ରିଟେନର ଶାସକ ହୋଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି ହରିପୁର ଗ୍ରାମବାସୀ  ।  1980 ମସିହାରେ ଚାର୍ଲସ ଓଡିଶା ଗସ୍ତରେ ଆସି ଆଦର୍ଶ ଗାଁ ହରିପୁର ଗସ୍ତରେ ଆସିଥିଲେ । ତାଙ୍କ ସହ ଥିଲେ ପୁରୀ ଜିଲ୍ଲାପାଳ ଅଶୋକ ଦାସ ।

ସେ ଝୋଟି ଦେଖିବା , ନଡ଼ିଆ ଗଛ ଚଢିବା, ଧାନ ଅମଳ କରିବା ଓ ଶଗଡ଼ ବଳଦ ଦେଖିବା ସହ ଗାଁ ଲୋକଙ୍କ ସହିତ ପଇଡ଼ ପିଇଥିଲେ । ଏହାସହ ଗ୍ରାମରେ ପୂଜା ପାଉଥିବା ଗୋପୀନାଥଙ୍କୁ ଦର୍ଶନ କରିଥିଲେ । ଏବେ ରାଜା ହେବା ଶୁଣି ଦୀର୍ଘ ବର୍ଷ ପୂର୍ବର ଏହି ପୁରୁଣା ସ୍ମୃତିକୁ ମନେ ପକାଇ ଗାଁ ଲୋକେ ପ୍ରଭୁ ଗୋପୀନାଥଙ୍କ ନିକଟରେ ଦୀପଦାନ କରି ତାଙ୍କ ମାଆ ଏଲିଜାବେଥଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

ଏହା ସହ ରାଜା ଚାର୍ଲସଙ୍କ ଦୀର୍ଘାୟୁ କାମନା କରିଛନ୍ତି । ଏ ସମ୍ପର୍କରେ ସେଦିନର ପୁରୁଣା ସ୍ମୃତିକୁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସମୀରରଞ୍ଜନ ଦାଶ ସ୍ମରଣ କରିଛନ୍ତି । ଗ୍ରମ୮ବାସୀ ମଧ୍ୟ ସେଦିନ ଆସିଥିବା ଚାଲର୍ସକୁ ଦେଖିଥିବା ଏବଂ ତାଙ୍କ ସହ ବିତାଇଥିବା କିଛି ମୂହୂର୍ତ୍ତକୁ ବଖାଣିଛନ୍ତି  ।