୧୦ ପଲିଥିନକୁ ଗୋଟେ ବ୍ୟାଗ୍

1 min read

ଭୁବନେଶ୍ୱର : ୧୦ଟି ପଲିଥିନ ଜରି କିମ୍ବା ୧୦ଟି ପ୍ଲାଷ୍ଟିକ ବୋତଲ ଦେଇ ଆପଣ ନେଇ ପାରିବେ ଏକ ଝୋଟ ବ୍ୟାଗ । ଏପରି ଏକ ଅଭିନବ ପ୍ରୟାସ ମାଧ୍ୟମରେ ‘ Say no to single use of plastic‘ କ୍ୟାମ୍ପେନକୁ ସଚେତନତା କରିବା ପାଇଁ NAAO (NAVODAYA ALUMINI ASSOCIATION OF ODISHA ) ର ପ୍ରୟାସ ।

ଭୁବନେଶ୍ୱରର ନିଳାଦ୍ରିବିହାର ବୁଦ୍ଧ ପାର୍କ ଏବଂ IG ପାର୍କ ଠାରେ ନବୋଦୟ ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀ ଏକାଠି ହୋଇ ଏଭଳି ଏକ ସଚେତନତା ସୃଷ୍ଟି କରିଛନ୍ତି । ଆପଣ ୧୦ ଟି ଲେଖାଏଁ ଯେକୌଣସି ପଲିଥିନ ଜରି, କପ, ଷ୍ଟ୍ର କିମ୍ବା ପ୍ଲାଷ୍ଟିକ ବୋତଲ ଆଣି ଏକ ଝୋଟ ବ୍ୟାଗଟି ଏ ନେଇପାରିବେ । ଜଣେ ବ୍ୟକ୍ତି କେବଳ ଗୋଟିଏ ବ୍ୟାଗ ନେଇ ପାରିବେ । ବ୍ୟାଗଟି ନେବା ସମୟରେ ଆପଣଙ୍କୁ ଗୋଟିଏ ଶପଥ ନେବାକୁ ପଡ଼ିବ SAY NO TO SINGLE USE PLASTIC, ସ୍ୱଚ୍ଛ ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନ ମୋ ଦାୟିତ୍ୱ ।

NAAO ପୁରାତନ ଛାତ୍ର ସଂଗଠନ ଏପରି ଅଭିନବ ପ୍ରୟାସ ମାଧ୍ୟମରେ ଜନ ସଚେତନତା କରିବା ପାଇଁ ଲାଗି ପଡିଛି । ଆଗକୁ ମାଷ୍ଟକ୍ୟାନଟିନ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏକ ଓ୍ୱାକାଥନ କରିବା ସହିତ ସମସ୍ତ ପୁରାତନ ଛାତ୍ର ଏକାଠି ହୋଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ପ୍ରୟାସ କରିବେ । ')}

Leave a Reply