spot_img

Latest Posts

ଦବିଲା ନିର୍ମାଣଧୀନ ବ୍ରିଜ ପ୍ରୋଟେକ୍ସନ ୱାଲ

ନିମାପଡା : ପୁରୀ ଜିଲ୍ଲା ନିମାପଡା ବ୍ଲକ ଅଧିନ ଧନୁଆଁ ପଂଚାୟତ ବଉଳପଦା ନିକଟରେ ଦବିଲା ନିର୍ମାଣଧୀନ ବ୍ରିଜ ପ୍ରୋଟେକ୍ସନ ୱାଲ । ଘଟଣା ସ୍ଥଳରେ ହଟହଟା ହେଲେ ବିଭାଗୀୟ ଯନ୍ତ୍ରୀ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ  ଧନୁଆଁ ପଂଚାୟତ ଭୁଆଁ ଛକ ଠାରୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ବଉଳପଦା ଭାୟା ସୁନୁଗୋରଡି ୫କିମି ରାସ୍ତା ନିର୍ମାଣ କାମ ଚାଲିଛି । ଏଥିପାଇଁ  ୫କୋଟି ୨୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ୫କିମି ରାସ୍ତା ମଧ୍ୟରେ ବଉଳପଦା ଠାରେ ସ୍ତାନୀୟ ଲୋକଙ୍କ ଦୀର୍ଘଦିନ ଦାବି ଅନୁଯାୟୀ ଏକ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ହେଲେ କାର୍ଯ୍ୟ ଶେଷ ନହଉଣୁ ବ୍ରିଜର ଗୋଟିଏ ପାର୍ଶ୍ଵ ପ୍ରୋଟେକ୍ସନ ୱାଲ ଭୁଶୁଡି ଥିବା ବେଳେ ଆଉ ଗୋଟିଏ ପାର୍ଶ୍ଵ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ନିର୍ମାଣ କାର୍ଯ୍ୟ ଶେଷ ପୂର୍ବରୁ ଭୁଶୁଡିବା ଏବେ ବ୍ରିଜର ସ୍ଥାୟିତ୍ୱକୁ ନେଇ ବଡ ପ୍ରଶ୍ନବାଚି ସୁଷ୍ଟି କରିଛି। ଏନେଇ ଗ୍ରାମବାସୀ ପୂର୍ବରୁ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କେହି ସେମାନଙ୍କ ଅଭିଯୋଗକୁ କର୍ଣ୍ଣପାତ କରିନାହାନ୍ତି । ଅପର ପକ୍ଷରେ କାମ କରୁଥିବା ଠିକାଦାର ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ କରୁଥିବା ସ୍ଥାନୀୟ ବସିନ୍ଦାଙ୍କୁ ଧମକ ଚମକ ଦେଉଥିବା ଜଣାପଡିଛି । ଯୋଉ ବ୍ରିଜ ଉପରେ ମାଟି ପଡିଲେ ତାହାର ପ୍ରୋଟେକ୍ସନ ୱାଲ ଭୁଶୁଡି ପଡୁଛି ତାହାର ସ୍ଥାଇତ୍ୱ କେତେଦିନ ତାହା କେବଳ ବିଭାଗୀୟ ଯନ୍ତ୍ରୀଙ୍କୁ ହିଁ ଜଣାଥିବ ବୋଲି ଅଂଚଳ ବାସୀ କହିଛନ୍ତି। ଏହାର ଖବର ପାଇ ସହକାରୀ ଯନ୍ତ୍ରୀ ଘଟଣା ସ୍ଥଳକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ଦୁଇ ଘଣ୍ଟା ଧରି ଅଟକ ରଖିଥିଲେ । ସାଧାରଣ ଲୋକଙ୍କ ପ୍ରଶ୍ନ ବାଣରେ ସହକାରୀ ଯନ୍ତ୍ରୀ ଜଣଙ୍କ ଏକ ପ୍ରକାର ଘାଇଲା ହୋଇଛନ୍ତି । ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବି ଅଂଚଳ ବାସୀ କରିଛନ୍ତି ।  ବିଭାଗୀୟ ଅଧିକାରୀ ଏହି ସଂକ୍ରାନ୍ତରେ ଆମ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ରୋକଠୋକ ମନା କରିଦେଇଛନ୍ତି ।

Latest Posts

Don't Miss