ବିପଦରେ କୋରାପୁଟ ଜିଲ୍ଲା ପାତ୍ରପୁଟ ନିକଟ ଐତିହାସିକ ଲୁହା ବ୍ରିଜ

ଜୟପୁର : ବ୍ରିଟିଶ ଅମଳର ମୁକସାକ୍ଷୀ ପାତ୍ରପୁଟ ଲୁହା ବ୍ରିଜ । ୧୯୩୧ରେ ହୋଇଥିଲା ନିର୍ମାଣ । ଏହି ଐତିହାସିକ ପୋଲ ଏବେ ବିପଦରେ । ଜୟପୁର ଠାରୁ ବୈପାରିଗୁଡା ୨୬ ନମ୍ବର ଜାତୀୟ ରାଜପଥ ପାତ୍ରପୁଟ ନିକଟରେ ଶହେବର୍ଷ ହେଲା ସାଜିଛି ଯାତାୟାତର ମାଧ୍ଯମ । ପ୍ରତିଦିନ ହଜାର ହଜାର ଭାରିଜାନ ଓ ବସ ଟ୍ରକ ଏହାରୁ ଉପଦେଇ ଯିବା ଆସିବା କରୁଛି । କିନ୍ତୁ ମରାମତି କରାଯାଉନାଥିବାରୁ ଏହା କୌଣସି ସମୟରେ ଭୁଷୁଡ଼ିବା ଆଶଂକା ସୃଷ୍ଟି ହୋଇଛି । ଦୁଇବର୍ଷ ତଳେ ଏହି ପୋଲ ପାର୍ଶ୍ବରେ ଏକ ନୁଆ ପୋଲ ପାଇଁ ଟେଣ୍ଡେର କରାଯାଇ କାମ ଆରମ୍ଭ ହେଇଥିଲା । କିନ୍ତୁ ଠିକାଦାର କାମ ନକରିବାରୁ କାର୍ଯ୍ଯାଦେଶ ବାତିଲ୍ କରାଯାଇଛି । ତେଣୁ ତୁରନ୍ତ ନୁତନ ଏକ ପୋଲ ନିର୍ମାଣ କରିବା ସହ ଏହି ଐତିହାସିକ ପୋଲକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ହେବାକୁ ଦାବୀ କରିଛି କୋଲାବ ବ୍ରିଜ୍ ସୁରକ୍ଷା ସମିତି ।

ଛତିଶଗଡ, ଆନ୍ଧ୍ର ପ୍ରଦେଶ ସମେତ ମାଲକାନଗିରି ଜିଲ୍ଲାକୁ ଯିବାପାଇଁ ଏହା ଯାତାୟାତର ମାଧ୍ଯମ । ହେଲେ ଏହି ଐତିହାସିକ ପୋଲ ଏବେ ବିପଦଶଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଘଟିବା ଆଶଂକା ସୃଷ୍ଟି ହୋଇଛି । ତେଣୁ ଏହାର ଶୀଘ୍ର ଏକ ବିକଳ୍ପ ବ୍ରିଜ୍ ନିର୍ମାଣ କରିବାକୁ ବହୁବାର ଜିଲ୍ଲା ପରିଷଦ ବୈଠକରେ ମଧ୍ଯ ଦାବି ଉଠିଛି । ସେପଟେ ଜାତିୟ ରଜପଥ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି, ଏହାର ମରାମତି କରାଯିବା ସହ ନୁତନ ପୋଲ ପାଇଁ ଖୁବଶୀଘ୍ର ଟେଣ୍ଡେର ଆହ୍ବାନ କରାଯିବ ।