କେମିତି ହୋଇଥିଲା କାମ?, ଉଦଘାଟନ ପୂର୍ବରୁ ଭୁଶୁଡ଼ିଲା ପୋଲ

ନନ୍ଦିଘୋଷ ବ୍ୟୁରୋ: ବିହାରରୁ ପୁଣି ଆସିଲା ଏକ ଅଭାବନୀୟ ଘଟଣା । ଉଦଘାଟନ ପୂର୍ବରୁ ଭୁଶୁଡ଼ିଲା ପୋଲ । ବିହାରର ଅରରିଆ ଜିଲ୍ଲା ସିକଟିରେ ବକରା ନଦୀରେ ନିର୍ମାଣ ହୋଇଥିବା ବ୍ରିଜ୍ ଭୁଶୁଡ଼ି ଯାଇଛି । ୧୨ କୋଟି ଟଙ୍କା ବ୍ୟୟରେ ଏହି ପୋଲଟି ନିର୍ମାଣ ହୋଇଥିବାବେଳେ ଉଦଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିବାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ୧୦୦ ମିଟର ଲମ୍ବା ବିଶିଷ୍ଟ ଏହି ବ୍ରିଜଟି ଭୁଶୁଡ଼ି ପଡ଼ିଛି । ତେବେ ବିହାରରେ ପୋଲ ଭୁଶୁଡ଼ିଥିବା ଘଟଣା କିଛି ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ବ୍ରିଜ୍ ଭୁଶୁଡ଼ିବାର ଉଦାହରଣ ରହିଛି ।