ଗଛରେ ପିଟିହେଲା ବରକନ୍ୟା ଗାଡି, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ସୁବର୍ଣ୍ଣପୁର: ସୋନପୁର ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥର କୃଷି ବିଜ୍ଞାନକେନ୍ଦ୍ର ଠାରେ ଦୁର୍ଘଟଣା । ବରକନ୍ୟାଙ୍କୁ ନେଇ ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଗାଡ଼ିଟି ବଲାଙ୍ଗିର ପଟୁ ଆସୁଥିବା ବେଳେ କୃଷିବିଜ୍ଞାନ କେନ୍ଦ୍ର ଠାରେ ଏକ ଗଛରେ ପିଟି ହୋଇଥିଲା । ଫଳରେ ଗାଡ଼ିରେ ଥିବା ବରକନ୍ୟା ଗୁରୁତର ହେବାରୁ ସେମାନଙ୍କୁ ସୋନପୁର ମୁଖ୍ୟ ଚିକିସାଳୟ ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସେହି ଗାଡ଼ିରେ ଥିବା ଆଉ ଚାରି ଜଣ ଆହତଙ୍କୁ ସୋନପୁର ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସୋନପୁର ପୋଲିସ ତଦନ୍ତ କରୁଛି । ଟିଟିଲାଗଡ଼ରୁ ବିବାହ ସାରି ସମ୍ବଲପୁର ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଦୁଇ ବରକନ୍ୟା ହେଲେ ସୋନୁ ପ୍ରଧାନ ଓ ଅନିତା ପ୍ରଧାନ ।