ନବବଧୂ ହେଲେ କରୋନା ସଂକ୍ରମିତ, ଶାଶୁଘରେ ଆତଙ୍କ…

1 min read

ବିବାହ ଦିନ କନ୍ୟାର ସ୍ୱାସ୍ଥ୍ୟ ଖରାପ ଥିଲା, କରୋନା ସଂକ୍ରମିତ ଥିବାର ଆଶଙ୍କା ରହିଥିଲା । ହେଲେ ଏହାକୁ ଟିକେ ଅଣଦେଖା କରାଯାଇଥିଲା । ବିବାହର ତିନି ଦିନ ପୂର୍ବରୁ କନ୍ୟାଟି ନିଜର କରୋନା ଟେଷ୍ଟ୍‌ ମଧ୍ୟ କରିଥିଲା । ଆଉ ବିବାହର ଦୁଇ ଦିନ ପରେ ଆସିଥିଲା କନ୍ୟାଟିର କରୋନା ପଜିଟିଭ୍‌ ରିପୋର୍ଟ । ସେତେବଳକୁ କନ୍ୟା ବାହା ହୋଇ ଶ୍ୱଶୁର ଘରକୁ ଯାଇସାରିଛି । ନୂଆ ବୋହୁ କରୋନା ସଂକ୍ରମିତ ହୋଇଥିବା ଖବର ଚାରିଆଡ଼େ ଆଖି ପିଛୁଳାକେ ବ୍ୟାପିଯାଇଥିଲା । ଖାଲି ଶ୍ୱଶୁର ଘର ଗାଁ ନୁହେଁ ଆଖ ପାଖ ଅଞ୍ଚଳରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଶ୍ୱଶୁର ଘରେ ପରିସ୍ଥିତି ଉତ୍ତେଜନା ମୂଳକ ହୋଇଥିଲା ।

ତେବେ ଏହି ରିପୋର୍ଟ ଆସିବା ପରେ ନବ ବଧୂକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ  ପରିବାରର ସବୁ ଲୋକଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଏହି ଖବର ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାର ମଣ୍ଡିଦୀପର ବୋଲି ଜଣାପଡ଼ିଛି ।

ଭୋପାଳ ସହରର ଜାଟକେରୀର ଏହି ନବବିବାହିତାଙ୍କ ବିବାହ ମେ’ ୧୮ରେ ସତଲାପୁରର ଜଣେ ବାସିନ୍ଦାଙ୍କ ସହ ହୋଇଥିଲା । ବିବାହର ଦୁଇ ଦିନ ପରେ ଶ୍ୱଶୁର ଘର ବଦଳରେ ନବବିବାହିତାଙ୍କୁ ଏବେ ଡାକ୍ତରଖାନାରେ ରହିବାକୁ ପଡ଼ୁଛି ।

ନବବିବାହିତଙ୍କୁ ଭୋପାଳ AIIMSରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ନବ ବିବାହିତଙ୍କ ପରିବାର ଲୋକ ସମେତ ସମେତ ୩୨ ଜଣଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି ।

ଏହି ପରିପ୍ରେକ୍ଷୀରେ ଅବଦୁଲ୍ଲାଗଞ୍ଜ ବିଏମଓ ଡାକ୍ତର ଅରବିନ୍ଦ ସିଂ ଚୌହାନ୍‌ କହିଛନ୍ତି ଯେ, ଇନ୍ଦୋରରରୁ ଆସିଥିବା ଛାତ୍ରଙ୍କ ସମେତ ମୋଟ ଚାରି ଜଣ କରୋନା ରୋଗୀ ଏପର୍ଯ୍ୟନ୍ତ ମାଣ୍ଡିଦୀପରେ ଚିହ୍ନଟ ହୋଇଛନ୍ତି । ସେମାନେ ଏବେ ସୁସ୍ଥ ହୋଇସାରିଛନ୍ତି । ତେବେ ନବବିବାହିତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ମାଣ୍ଡିଦୀପରେ ମୋଟ୍‌ ୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave a Reply