spot_img

Latest Posts

ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ଵିତୀୟ ବୈଷୟିକ ସମ୍ମିଳନୀ ; ଓଡ଼ିଶା ଶିଖାଉଛି ବିପର୍ଯ୍ୟୟ ପରିଚାଳନା ପାଠ

ପୁରୀ : ପୁରୀରେ ଚାଲିଛି ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ । ସମ୍ମିଳନୀରେ ୧୧ଟି ଦେଶରୁ ଆସିଥିବା ପ୍ରତିନିଧି ସାମିଲ୍ ହୋଇଥିବା ବେଳେ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ ଏବଂ ବୈଷୟିକ ଦିଗ ଆଦି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ଆଜି ଦ୍ବିତୀୟ ଦିନରେ ସମ୍ମିଳନୀରେ ସାମିଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଗତକାଲି ପ୍ରଥମ ଦିନରେ ୬ଟି ବୈଷୟିକ ଅଧିବେଶନରେ ଆଲୋଚନା ହୋଇଥିଲା । ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ ଅନୁମାନ ଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାରମ୍ଭିକ ସୂଚନା, ବାତ୍ୟା ଓ ବନ୍ୟା ସହ୍ୟ କରିପାରୁଥିବା ଘର ଓ ରାସ୍ତା ତଥା ପ୍ରାକୃତିକ ଆଧାରିତ ସମାଧାନ ନେଇ ସମ୍ବିଳନୀରେ ମାନସ ମନ୍ଥନ କରାଯାଇଛି ।

ପୁରୀର ଏକ ଘରୋଇ ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରାୟ ୭ ପ୍ଲାଟୁନ ପୋଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀ ମାନଙ୍କୁ ମୁତୟନ କରାଯାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ ଆୟୋଜନ ହେଉଥିବାରୁ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଓଡିଶା ବିଗତ ଦିନ ମାନଙ୍କରେ ବିପର୍ଯ୍ୟୟ ମୁକାବିଲାରେ ଉନ୍ନତ କାର୍ଯ୍ୟ କରିଥିବା ବେଳେ, ବିପର୍ଯ୍ୟୟ ବିଷୟ ନେଇ ବ୍ରିକ୍ସ ଦେଶର ଏହି ସମ୍ମିଳନୀର ସଫଳତା ବେଶ ଗୁରୁତ୍ୱ ବହନ କରୁଛି ।

Latest Posts

Don't Miss