ଶ୍ରୀମନ୍ଦିର ପରିସରରେ କାର୍ଯ୍ୟକ୍ଷମ ହେଲା ସ୍ତନ୍ୟପାନ ଗୃହ

ଶ୍ରୀମନ୍ଦିର ପରିସରରେ ହୋଇଛି ଶିଶୁ ତଥା ମାଆ ମାନଙ୍କ ସକାଶେ ମାତୃ ଶିଶୁ ସ୍ତନ୍ୟପାନ ଗୃହ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମନ୍ଦିର ଭିତରେ ଶାଖା କାର୍ଯ୍ୟଳୟ ତଳେ ଶୀତତାପ ନିୟନ୍ତ୍ରିତ ଏକ ଗୃହରେ ଏକକାଳୀନ ୪ଜଣ ମହିଳା ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବେ । ଏଥିରେ ଦୁଇଦୁଇ ଜଣ ଲେଖାଏଁ ମହିଳା ଜେଟିପିଙ୍କୁ ନିୟୋଜିତ କରାଯାଇଛି । ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଆସୁଥିବା ବେଳେ ଅନେକ ମାଆ ନିଜ ଛୋଟ ଶିଶୁଙ୍କୁ ନେଇ ଆସିଥାନ୍ତି । ବିଶେଷ କରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଏବଂ ମାଆ ମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପରିସରରେ ଏକ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ କରାଯିବାକୁ ଯୋଜନା ହୋଇଥିବା ବେଳେ ଆଜିଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି । ଏହା ବ୍ୟତୀତ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ମଧ୍ୟ ଏହାର ଆବଶ୍ୟକତା ରହିଛି ।ଅନ୍ୟପଟେ ଏହି ସ୍ତନ୍ୟପାନ କକ୍ଷରେ ମେଡିକାଲ ଟିମ୍ ମଧ୍ୟ ମୁତୟନ ହୋଇଥିବା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି ।