ନନ୍ଦିଘୋଷ ବ୍ୟୁରୋ: ଭେନେଜୁଏଲାର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ ଘଟଣା। ମାଦୁରୋଙ୍କ ବିଚାର ବାହାର ଦେଶରେ ନକରି ନିଜ ଦେଶରେ କରିବା ଲାଗି ଦାବି କରିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଲୁଇ ଲୁଲା ଦା ସିଲଭା। ଏହା ସହ ସେ ପରୋକ୍ଷରେ ଆମେରିକାକୁ କରିଛନ୍ତି ଟାର୍ଗେଟ। ସେ କହିଛନ୍ତି- ଭେନେଜୁଏଲାରେ ବର୍ତ୍ତମାନ ଗଣତନ୍ତ୍ରର ପୁନଃପ୍ରତିଷ୍ଠା ଜରୁରୀ ହୋଇଛି। ମାଦୁରୋଙ୍କ ବିଚାର ବାହାର ଦେଶରେ କରିବାର କୌଣସି କାରଣ ନାହିଁ। ଭେନେଜୁଏଲାର ଆଭ୍ୟନ୍ତରୀଣ ବ୍ୟାପାରରେ ବାହାର ରାଷ୍ଟ୍ରର ହସ୍ତକ୍ଷେପକୁ ସେ ସମାଲୋଚନା କରିଛନ୍ତି।
ବ୍ରାଜିଲ ବାହାର ରାଷ୍ଟ୍ରର ନିର୍ଦ୍ଦେଶରେ ପରିଚାଳିତ ହେବ ବାହିଁ। ୧୯୬୦ ଦଶକରେ ଚିଲି, ଆର୍ଜେଣ୍ଟିନା ଓ ଉରୁଗୁଏରେ ହୋଇଥିବା ସାମରିକ ବିଦ୍ରୋହ ବାହ୍ୟଶକ୍ତି ଯୋଗୁ ଘଟିଥିଲା। ସେହି ଧରଣର ଭୁଲର ପୁନରାବୃତ୍ତି ନହେଉ ବୋଲି ସେ କହିଛନ୍ତି । ଭେନେଜୁଏଲାର ସମସ୍ୟା ତାଙ୍କ ନିଜ ଦେଶର ଲୋକଙ୍କ ଜରିଆରେ ସମାଧାନ ହେଉ ବୋଲି ସେ କହିଛନ୍ତି।

