spot_img

Latest Posts

ହନୁମାନଙ୍କ ଚିତ୍ର ସହ କରୋନା ସଂଜୀବନୀ ପାଇଁ ଭାରତକୁ ଧନ୍ୟବାଦ ଦେଲେ ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ: କରୋନାଭାଇରସ୍ ସଙ୍କଟର ମୁକାବିଲା ପାଇଁ ଭାରତ ନିଜ ଦେଶ ସମେତ ବିଶ୍ୱର ଅନେକ ଦେକୁ ସାହାଯ୍ୟର ହାତ ବଢ଼ାଇଛି। ଭାରତ ବ୍ରାଜିଲକୁ ପଠାଇଥିବା କୋଭିଡ -19 ଟିକା ଶନିବାର ସକାଳେ ସେଠାରେ ପହଞ୍ଚିଛି। ଏଥିରେ ଖୁସି ବ୍ୟକ୍ତ କରି ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲୋସୋନାରୋ ଟ୍ୱିଟ୍ କରି ଭାରତକୁ ଧନ୍ୟବାଦ ଜଣାଇଛନ୍ତି।

ବୋଲୋସୋନାରୋ  ଟ୍ୱିଟରରେ ଏକ ହନୁମାନଙ୍କ ଫଟୋକୁ ପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି। ହନୁମାନ ଯେମିତି ଲକ୍ଷ୍ମଣଙ୍କ ପାଇଁ ଗନ୍ଧମାର୍ଦ୍ଦନ ପର୍ବତ ସହ ସଞ୍ଜୀବନୀ ଆଣି ତାଙ୍କ ଜୀବନ ରକ୍ଷା କରିଥିଲେ। ଠିକ୍‌ ସେହିପରି ଭାରତ ହନୁମାନ ସାଜି ବ୍ରାଜିଲକୁ କରୋନା ଟିକା ପଠାଇଛି ବୋଲି ବୋଲୋସୋନାରୋ ଏହି ଫଟୋରେ ଦର୍ଶାଇବାକୁ ଚାହିଁଛନ୍ତି।

ବୋଲୋସୋନାରୋ ଲେଖିଛନ୍ତି, ‘ନମସ୍କାର ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି। ବ୍ରାଜିଲ୍ ବ୍ରାଜିଲ “ନମସ୍କାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରାଜିଲ ଏହି ମହମାରୀ ସମୟରେ ଆପଣଙ୍କ ଭଳି ସହଯୋଗୀଙ୍କୁ ପାଇ ବେଶ ଗର୍ବ ଅନୁଭବ କରୁଛି। ଭାରତରୁ ବ୍ରାଜିଲକୁ କରୋନା ଟିକା ପଠାଇଥିବାରୁ ଧନ୍ୟବାଦ।”

ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି ମଧ୍ୟ ବୋଲୋସୋନାରୋଙ୍କ ଟ୍ୱିଟର ଜବାବରେ ଏକ ଟ୍ୱିଟକରିଛନ୍ତି । ସେ ଲେଖିଛନ୍ତି, “କୋଭିଡ -19 ମହାମାରୀକୁ ମୁକାବିଲା କରିବାରେ ବ୍ରାଜିଲର ଜଣେ ବିଶ୍ୱସ୍ତ ଅଂଶୀଦାର ହେବା ଆମର ସମ୍ମାନ, ରାଷ୍ଟ୍ରପତି ଜାୟର ବୋଲୋସୋନାରୋ। ଆମେ ସ୍ୱାସ୍ଥ୍ୟସେବାକୁ  ମଜବୁତ କରିବାରେ ଆମର ସହଯୋଗକୁ ଜାରି ରଖିବୁ।”

ସୂଚନାଯୋଗ୍ୟ, ଭାରତ ସରକାର ଗତକାଲି ୨୦ ଲକ୍ଷ କୋଭିସିଲ୍ଡ ଟିକାର ଡୋଜ୍‌ ବ୍ରାଜିଲକୁ ପଠାଇଥିଲେ। ଏହି ଟିକାଗୁଡ଼ିକ ଆଜି ସକାଳେ ବ୍ରାଜିଲରେ ପହଞ୍ଚିଛି । ବ୍ରାଜିଲ ସହ ଆମେରିକା ଓ ଅନ୍ୟ ୬ ପଡ଼ୋଶୀ ରାଷ୍ଟ୍ରକୁ ମଧ୍ୟ ଭାରତ ସରକାର ଟିକା ପଠାଇଛନ୍ତି।

Latest Posts

Don't Miss