‘କରୋନା ଟିକା ନେଲେ ମହିଳାଙ୍କ ଦାଢି ବଢିବ, କୁମ୍ଭୀର ବି ହୋଇପାରନ୍ତି’

ବ୍ରାସେଲିଆ: ବାର୍ଜିଲ ରାଷ୍ଟ୍ରପତି ଜାୟର ବୋଲ୍ସୋନାରୋଙ୍କ ବକ୍ତବ୍ୟ ଯେତିକି ଚର୍ଚ୍ଚା ସୃଷ୍ଟି କରିଛି, ସେତିକି କୌତୁହଳ ସାଜିଛି । କୋଭିଡ ଭ୍ୟାକ୍ସିନକୁ ନେଇ ରାଷ୍ଟ୍ରପତିଙ୍କ ଏଭଳି ହମଲା ଦେଶବାସୀଙ୍କୁ ଚକିତ ବି କରିଛି । ବୋଲ୍ସୋନାରୋ କହିଛନ୍ତି, ଆମେରିକା କମ୍ପାନୀ ‘ଫାଇଜର’ଏବଂ ଜର୍ମାନୀ କମ୍ପାନୀ ‘ବାଓଟେକ’ପ୍ରସ୍ତୁତ କରୁଥିବା କରୋନା ଟିକା ମଣିଷକୁ କୁମ୍ଭୀର କରିଦେବ । କେବଳ ଏତିକି ନୁହେଁ, ଟିକା ଗ୍ରହଣ କରିବା ମାତ୍ରେ ମହିଳା ମାନଙ୍କର ଦାଢି ମଧ୍ୟ ଉଠିଯିବ କହିଛନ୍ତି ବାର୍ଜିଲ ରାଷ୍ଟ୍ରପତି ।

ଗୁରିବାର ଜାୟର ବୋଲ୍ସୋନାରୋ କହିଛନ୍ତି, ଭ୍ୟାକ୍ସିନର ସାଇଡ ଇଫେକ୍ଟ ଉପରେ କୌଣସି ଦାୟିତ୍ୱ ନେବାକୁ ଫାଇଜର କମ୍ପାନୀ ସିଧା ସିଧା ମନା କରିଦେଇଛି । ତେଣୁ ଆପଣ ଭ୍ୟାକ୍ସିନ ନେଲା ପରେ ଯଦି କୁମ୍ଭୀର କିମ୍ବା ମହିଳା ମାନଙ୍କର ପୁରୁଷଙ୍କ ଭଳି ଦାଢି ଉଠେ ତେବେ ତାହାର ପରିଣାମ କେବଳ ତୁମେ ଭୋଗିବ । ସ୍ୱର ପରିବର୍ତ୍ତନ ଅର୍ଥାତ ପୁରୁଷଙ୍କ ସ୍ୱର ମହିଳାଙ୍କ ପରି କିମ୍ବା ମହିଳାଙ୍କ ସ୍ୱର ପୁରୁଷଙ୍କ ପରି ଯଦି ହୁଏ, ତେବେ ତାହାର ଦାୟିତ୍ୱ ସରକାର ନେବେ ନାହିଁ ବୋଲି କହିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ।

କରୋନା ବ୍ୟାପିବା ମାତ୍ରେ ସେ ଏହାକୁ ହାଲୁକା ଭାବେ ନେଇଥିଲେ । ସାଧାରଣ ଡିଆଁ ରୋଗ ଭାବେ ଗଣତି କରିଥିଲେ । କୌଣସି ମତେ ଜାୟର ବୋଲ୍ସୋନାରୋ ଫାଇଜର ପ୍ରସ୍ତୁତ କରୋନା ଟିକା ନେବେ ନାହିଁ ବୋଲି କହିଛନ୍ତି ବ୍ରାଜିଲ ରାଷ୍ଟ୍ରପତି । ସେହିପରି ସେ କହିଛନ୍ତି, ଏହି ଟିକା ନେବାକୁ ଅନୁମତି ଦିଆଯାଇଛି । ଆମେରିକା, ବ୍ରିଟେନ ମଧ୍ୟ ଟିକା ଗ୍ରହଣ କରିବେ ବୋଲି ଅନୁମତି ଦେଇଛନ୍ତି । କିନ୍ତୁ କାହାରି ପାର୍ଶ୍ୱପ୍ରତିକ୍ରିୟା ହେଲେ ସରକାର ଦାୟି ରହିବେ ନାହିଁ ବୋଲି ଦେଶବାସୀଙ୍କୁ କହିଛନ୍ତି ବୋଲ୍ସୋନାରୋ ।

Leave a Reply