ବ୍ରାଜିଲରେ ଅକ୍ସଫୋର୍ଡର କରୋନା ଟିକାର ଟ୍ରାଏଲ ବେଳେ ଜଣେ ସ୍ୱେଚ୍ଛାସେବୀ ମୃତ

ବ୍ରାଜିଲ: ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର କରୋନା ଭ୍ୟାକସିନ୍ ଟ୍ରାଏଲ ସମୟରେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ। ବ୍ରାଜିଲରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବ୍ରାଜିଲ୍‌ର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତେବେ ସ୍ୱେଚ୍ଛାସେବୀଙ୍କୁ ଭ୍ୟାକ୍‌ସିନ୍ ଦିଆଯାଇନଥିବାରୁ ଭ୍ୟାକ୍‌ସିନ୍‌ର ଟ୍ରାଏଲ୍ ରୋକାଯାଇନାହିଁ ।

Chinese Company Says Coronavirus Vaccine Ready By Early 2021

ଫେଡରାଲ ୟୁନିଭର୍ସିଟି ଅଫ୍ ସାଓ ପାଓଲୋ ସହାୟତାରେ ବ୍ରାଜିଲ୍‌ରେ କରୋନା ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଚାଲିଛି । ମୃତ ସ୍ୱେଚ୍ଛାସେବୀ ବ୍ରାଜିଲର ବୋଲି ଜଣାପଡିଛି । ଭ୍ୟାକ୍‌ସିନର ସୁରକ୍ଷାକୁ ନେଇ ଚିନ୍ତାର କାରଣ ନାହିଁ ବୋଲି ଅକ୍ସଫୋର୍ଡ ବୈଜ୍ଞାନିକ କହିଛନ୍ତି । ଏହାପୂର୍ବରୁ ସେପ୍ଟେମ୍ବରରେ ବ୍ରିଟେନ୍‌ରେ ଭ୍ୟାକ୍‌ସିନ୍‌ର ଟ୍ରାଏଲ୍ ବେଳେ ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହୋଇପଡିଥିଲେ ।

ଏହାପରେ ଭ୍ୟାକସିନ୍ ଟ୍ରାଏଲ୍ ରୋକାଯାଇଥିଲା । ସେହିପରି ଆମେରିକା ଛାଡ଼ି ଅନ୍ୟଆଡେ ଟ୍ରାଏଲ୍ ପୁଣି ଆରମ୍ଭ ହୋଇଛି । ଆମେରିକାରେ ବି ଏଫ୍‌ଡିଏ ପକ୍ଷରୁ ସୁରକ୍ଷା ତଥ୍ୟ ସମୀକ୍ଷା ପରେ ପୁଣି ଟ୍ରାଏଲ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ।

Leave a Reply