ଓଡ଼ିଶା ଆଇଟି ହବକୁ ବୁଷ୍ଟର ଡୋଜ୍, ରାଜ୍ୟରେ ଖୋଲିବ ଦେଶର ପ୍ରମୁଖ ଆଇଟି କମ୍ପାନୀ IBMର ଶାଖା

1 min read

ଭୁବନେଶ୍ୱର: ଓଡ଼ିଶା ଆଇଟି ହବ୍‌ ସ୍ୱପ୍ନକୁ ବୁଷ୍ଟର ଡୋଜ । କାଲି ସାକ୍ଷାତ ଆଲୋଚନା । ଆଜି କମ୍ପାନୀର ଘୋଷଣା । ଓଡ଼ିଶାରେ ଖୋଲିବ IBM ବ୍ରାଞ୍ଚ । ଦେଶର ପ୍ରମୁଖ ଆଇଟି କମ୍ପାନୀ ମଧ୍ୟରୁ IBM ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ବେଶ୍ ଜଣାଶୁଣା । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ IBM ଏହି ନିଷ୍ପତ୍ତି ନେଇଛି । ଆସନ୍ତା ମାସରେ ଭୁବନେଶ୍ୱରରେ IBM ଶାଖା ଖୋଲିବା ନେଇ ସୂଚନା ଥିବାବେଳେ ଏହାଦ୍ୱାରା ୨୦୦ରୁ ୪୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଅନ୍ୟପଟେ ମେକ ଇନ୍ ଓଡ଼ିଶା କନକ୍ଲେଭ ଥ୍ରୀ ଆଜି ସଂଧ୍ୟାରେ ବେଙ୍ଗାଲୁରୁରେ ଇନଭେଷ୍ଟର୍ସ ମିଟ ହେବ । ସମ୍ମିଳନୀରେ ଉପସ୍ଥିତ ରହି ବିଶିଷ୍ଟ ଶିଳ୍ପପତି, ଚାମ୍ବର୍ସ ଅଫ କମର୍ସ ସହ ୱାନ ଟୁ ୱାନ ଆଲୋଚନା କରିବେ ନବୀନ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କ’ଣ କ’ଣ ରହିଛି ସୁବିଧା ସୁଯୋଗ । ଏନେଇ ନିବେଶକଙ୍କୁ ବୁଝାଇ ନିମନ୍ତ୍ରଣ କରିବେ ନବୀନ । ନିବେଶକ ସମ୍ମିଳନୀରେ ଆଇଟି ସହ ଇଏସଡିଏମ୍, ଟେକ୍ସଟାଇଲ୍ ଆପାରେଲ୍, ଫୁଡ ପ୍ରୋସେସିଂ, ଇ-ଭେହିକିଲ୍, ଅଟୋ ଆଣ୍ଡ ଅଟୋ କମ୍ପୋନେଟ, ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରକୁ ଫୋକସ୍ କରାଯାଇଛି । ଇନଭେଷ୍ଟର୍ସ ମିଟିରେ ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୫୦୦ରୁ ଅଧିକ ନିବେଶକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଗତକାଲିଠୁ ନବୀନ ବେଙ୍ଗାଲୁରୁ ଗସ୍ତ କରି ଅନେକ ବିଜିନେସ ଟାଇକୁନଙ୍କୁ ଭେଟିଛନ୍ତି  । ଯେଉଁଥିରେ ଆଇବିଏମ ଇଣ୍ଡିଆର ମ୍ୟାନେଜିଂ ପାର୍ଟନର ଅମିତ ଶର୍ମା ମଧ୍ୟ ସାମିଲ ଥିଲେ ।