ଜଳପଥରେ ସାମିଲ ହେବ ଦ୍ୱିତୀୟ ବୃହତ୍ତମ ଖରସ୍ରୋତା ନଦୀ

ଢ଼େଙ୍କାନାଳ: ଜଳପଥରେ ସାମିଲ ହେବ ଦ୍ୱିତୀୟ ବୃହତ୍ତମ ଖରସ୍ରୋତା ନଦୀ । ବ୍ରାହ୍ମଣୀରେ ଚାଲିବ ଦେଶ ବିଦେଶର ଜାହାଜ । ଅନୁଗୁଳ ସମଲ ବ୍ୟାରେଜରୁ ଢେଙ୍କାନାଳ ଦେଇ ପାରଦ୍ୱୀପ, ଧାମରାକୁ ଯିବ ଜଳମାର୍ଗ । ଶିଳ୍ପାନୁଷ୍ଠାନ ସହ କୃଷି କ୍ଷେତ୍ରରେ ହେବ ବିକାଶ । ଦେଶ ବିଦେଶକୁ ପରିବହନ ହେବ କୋଇଲା, ସାର, ଆଇରନ ଓ ଷ୍ଟିଲ୍ ଢେଙ୍କାନାଳ, ଯାଜପୁର, ଅନୁଗୁଳ ଦେଇ ଯାଇଥିବା ବ୍ରାହ୍ମଣୀ ନଦିରେ ହେବ ରାଷ୍ଟ୍ରୀୟ ଜଳମାର୍ଗ । ଏହି ମାର୍ଗ ଦେଇ ଦେଶ ବିଦେଶରୁ ଚଳାଚଳ କରିବ ଜାହାଜ ।
ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟ କରାଯିବ । ଗତବର୍ଷ ସାରଙ୍ଗଧର ଷ୍ଟାଡିୟମରେ ଭିତ୍ତିପ୍ରସ୍ତର ସମୟରେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହା ଘୋଷଣା କରିଥିଲେ । ଏବେ ଏହାର କାର୍ଯ୍ୟକ୍ଷମ ନେଇ କେନ୍ଦ୍ରକୁ ପତ୍ର ଲେଖାଯାଇଥିବା କହିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ୍ ।
ଜଳପଥ ହେଲେ ରାସ୍ତାରେ ଟ୍ରାନ୍ସପୋର୍ଟିଂ ଅପେକ୍ଷା ଜଳପଥରେ ଶୀଘ୍ର ହେବ । ଖର୍ଚ୍ଚ ମଧ୍ୟ ବହୁତ କମ୍ ପଡିବ ବୋଲି କହିଛନ୍ତି ବିଶିଷ୍ଟ ଶିଳ୍ପପତି ଓ ଉଦ୍ୟୋଗପତି । ଏହାସହ ପ୍ରଦୂଷଣ, ଦୁର୍ଘଟଣା କମିବ ଓ ସ୍ଥାନୀୟ ନିଯୁକ୍ତି ବଢିବ । କେବଳ ସେତିକି ନୁହେଁ ବ୍ରାହ୍ମଣୀ ନଦୀ କୂଳରେ ଥିବା ମାଛଚାଷୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ମଧ୍ୟ ସୃଷ୍ଟି ହେବ ।