ନନ୍ଦିଘୋଷ ବ୍ୟୁରୋ: ଚଉଦ ମଉଜା କେନାଲକୁ ନେଇ ବ୍ରହ୍ମଗିରିରେ ଉତ୍ତେଜନା । ଚାଷୀଙ୍କୁ ଡରାଇ ଧମକାଇ ଜିଲ୍ଲା ପ୍ରଶାସନର କେନାଲ ଖୋଳୁଥିବା ବେଳେ ସ୍ଥାନୀୟବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ବିଗତ ୩୦ ବର୍ଷ ଧରି ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସପୁର ଏବଂ କୁସୁବେଣ୍ଟି ଗାଁ ମଧ୍ୟରେ କେନାଲକୁ ନେଇ ବିବାଦ ଲାଗି ରହିଛି । ଏନେଇ ଜିଲ୍ଲା ପ୍ରଶାସନ ଆଜି ୨୦ ପ୍ଲାଟୁନ ପୋଲିସ ଫୋର୍ସ ଧରି ଚାଷୀଙ୍କୁ ଡରାଇ ଧମକାଇ ବିବାଦୀୟ କେନାଲକୁ ଖୋଳିବାକୁ ପହଞ୍ଚିଛି । ଏହାକୁ ତୀବ୍ର ବିରୋଧ କରିଛନ୍ତି ହରିଦାସପୁର ଗ୍ରାମବାସୀ । ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ପ୍ରସାଶନର ଏଭଳି ଆଭିମୁଖ୍ୟକୁ ବ୍ରହ୍ମଗିରିବାସୀ ନିନ୍ଦା କରିଛନ୍ତି । ବର୍ଷ ବର୍ଷ ଧରି ସମସ୍ୟାର ସମାଧାନ ନକରି ଏବେ ପ୍ରଶାସନ ବଳପ୍ରୟୋଗ କରି କେନାଲକୁ ଖୋଳୁଛି, ତାହା ଠିକ ନୁହଁ ବୋଲି କହିଛନ୍ତି ଅଞ୍ଚଳବାସିନ୍ଦା ।

