ବ୍ରହ୍ମଗିରିରେ ଜମୁଛି ନିର୍ବାଚନୀ ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲାରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ । ମେ ୨୫ ତାରିଖରେ ଏଠାରେ ହେବାକୁ ଯାଉଛି ଭୋଟିଂ। ଭୋଟଦାନ ପୂର୍ବରୁ ଏଠାରେ ଦେଖିବାକୁ ମିଳିଛି ଦ୍ଵିମୁଖୀ ଲଢେଇ। ବିଜେଡି ପ୍ରାର୍ଥୀ ଉମା ସମାନ୍ତରାୟ ଏଠାରେ ପ୍ରାର୍ଥୀ ହୋଇଥିବାବେଳେ ବିଜେପି ଉପାସନା ମହାପାତ୍ର,ଙ୍କୁ ନିର୍ବାଚନ ମୈଦାନକୁ ଉତାରିଛି । ତେବେ ସଚେତିତ ଭୋଟର ନିଜ ନିର୍ବାଚନ ମଣ୍ଡଳୀର ବିକାଶ କାର୍ଯ୍ୟ ନେଇ ଉପଯୁକ୍ତ ପାର୍ଥିଙ୍କୁ ଭୋଟ ଦେବେ ବୋଲି ମନସ୍ତ କରିଥିବା କହିଛନ୍ତି ।

ପୁରୀ ଜିଲ୍ଲାର ବ୍ରହ୍ମଗିରି। ୨୦୧୯ରୁ ବିଜେପି ହାତରେ ରହିଛି ଏହି ନିର୍ବାଚନ ମଣ୍ଡଳି । ବିଜେଡିକୁ ହରାଇ ବିଜେପିର ଲଳିତେନ୍ଦୁ ବିଦ୍ଯାଧର ମହାପାତ୍ର ହାତେଇଥିଲେ ଆସନ। ଚଳିତ ନିର୍ବାଚନରେ ଏଠାରୁ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ବିଜେପି ପ୍ରାର୍ଥୀ ହୋଇଛନ୍ତି। ଅଞ୍ଚଳର ବିକାଶ ଓ ପିଇବା ପାଣି ସମସ୍ଯା, ରାସ୍ତାଘାଟ, ଭୁତଳ ଜଳ ସଂଯୋଗୀକରଣକୁ ମୁଦ୍ଦା କରି ଲଢୁଛନ୍ତି ନିର୍ବାଚନ। ସାତପଡ଼ା ଜହ୍ନିକୁଦା ମଧ୍ୟରେ ଚିଲିକା ଉପରେ ବ୍ରିଜ ନିର୍ମାଣ କାର୍ଯ୍ୟ ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଚଳାଇଛନ୍ତି ଉଦ୍ଯମ । ତେବେ ଏହା ଏକ ଧୂଆଁବାଣ ବୋଲି କହିଛି ବିଜେଡି । ୨୦୧୪ର ଘୋଷଣା ୨୦୨୪ ସୁଦ୍ଧା ପୂରଣ କରିପାରି ନପାରି କେବଳ ବାହାସ୍ଫୋଟ ମାରୁଥିବା କହିଛନ୍ତି ବିଜେଡି ପ୍ରାର୍ଥୀ ଉମା ସାମନ୍ତରାୟ । ମିଛୁଆ ଦଳର ଅଭିଶନ୍ଧି ଲୋକେ ବୁଝି ସାରିଛନ୍ତି, ଗୁଣ୍ଡାକୁ ସାଙ୍ଗରେ ଧରି ନାମାଙ୍କନ ଦାଖଲ କରିବା ମହଙ୍ଗା ପଡିବ ବୋଲି କହିଛନ୍ତି ଉମା ।

ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦରର ୧୧ ପଂଚାୟତକୁ ନେଇ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ । ବିଜେଡି ଅମଳରେ ଏଠାରେ ଅନେକ ଉନ୍ନତମୂଳକ କାମ ଓ ରୂପାନ୍ତରଣ କରାଯାଇଛି। ତେବେ କେବଳ ମିଛ ପ୍ରତିଶ୍ରୁତି ଦେଇ ବିଜେପି ଏଠାରେ ଶାଶନ କ୍ଷମତା ଅକ୍ତିଆର କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ସାଧାରଣ ଜନତା । ତେଣୁ ଆଗାମୀ ୨୫ ତାରିଖରେ ହେବାକୁ ଥିବା ନିର୍ବାଚନରେ ଜନତା ଏହାର ଉଚିତ ଜବାବ ବେବେ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ଏକଦା ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ନେତା ଲୁଲୁ ମହାପାତ୍ର ଓ ସଞ୍ଜୟ ଦାସବର୍ମାଙ୍କ ମଧ୍ୟରେ ବ୍ରହ୍ମଗିରି ଆସନ ପାଇଁ ରୋଚକ ଓ ଦମଦାର ଲଢେଇ ହେଉଥିବା ବେଳେ ଏଥର କିନ୍ତୁ ଚିତ୍ର ଭିନ୍ନ ଥିବା ଆଶା କରାଯାଉଛି।