ବ୍ରଜରାଜନଗର ଉପନିର୍ବାଚନ ପାଇଁ କସରତ, ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ତିନି ପ୍ରମୁଖ ଦଳ

1 min read

ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ କସରତ ଆରମ୍ଭ କରିଛନ୍ତି ୩ ଦଳ । ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି ତିନି ପ୍ରମୁଖ ଦଳ । ପ୍ରାର୍ଥୀ ଚୟନ ନେଇ ଆରମ୍ଭ ହୋଇଛି ବିଚାରବିମର୍ଷ । ଶାସକ ବିଜେଡି ବ୍ରଜରାଜନଗରେ ବଡ଼ ବ୍ୟବଧାନରେ ବିଜୟୀ ହେବା ପାଇଁ ପ୍ରସ୍ତୁତ କରିଛି ବ୍ଲୁ-ପ୍ରିଣ୍ଟ । ସେହିପରି ବିଜେପି ଓ କଂଗ୍ରେସ ଉପଯୁକ୍ତ ପ୍ରାର୍ଥୀ ସନ୍ଧାନରେ ରହିଛନ୍ତି । ତେବେ ମେ’ ୮ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ । ପ୍ରାର୍ଥୀ ହେବା ପାଇଁ ୩ ଜଣ ଆଶାୟୀ ଦଳୀୟ ଟିକେଟ ପାଇଁ ଆବେଦନ କରିଥିବା କହିଛନ୍ତି ପିସିସି ସଭାପତି । ମେ’ ୧୧ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ମେ’ ୧୨ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ମେ’ ୧୭ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି  । ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ମେ’ ୩୧ ତାରିଖରେ ବ୍ରଜରାଜନଗର ଆସନରେ ଉପନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ଜୁନ ୩ରେ ଭୋଟ୍ ଗଣତି ହେବ ।