ଆଜି ସନ୍ଧ୍ୟାରେ ସରୁଛି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର, ୨୭୯ ବୁଥରେ ହେବ ଭୋଟ୍ ଗ୍ରହଣ

1 min read
Brajrajnagar By Elections, Voting To Held In 279 Booths

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ । ବୁଥମୁହାଁ ପୋଲିଂ ଅଫିସର । ଉପନିର୍ବାଚନ ପାଇଁ ୧୨ ଶହ ୨୮ ଜଣ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଆଇନ୍ ଶୃଙ୍ଖଳା ପାଇଁ ୧ ହଜାର ପୋଲିସ କର୍ମଚାରୀ, ୩ କମ୍ପାନୀ ସେଣ୍ଟ୍ରାଲ ଆର୍ମ ଫୋର୍ସ ମୁତୟନ କରାଯାଇଛି । ୨ ଲକ୍ଷ ୧୪ ହଜାର ୮୭୮ ମତଦାତା ୨୭୯ ବୁଥରେ ମତଦାନ କରିବେ । ୨୨ଟି ନୂଆ ବୁଥ୍ କରାଯାଇଛି । ୬୦ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଥିବା ବେଳେ ମାଇକ୍ରୋ ଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ । ୫୦ ପ୍ରତିଶତ ବୁଥରେ ୱେବକାଷ୍ଟିଂ କରାଯିବ ।

Brajrajnagar By Elections, Voting To Held In 279 Booths

ଝାରସୁଗୁଡା ଇଞ୍ଜିନିୟରିଂ କଲେଜରେ ଷ୍ଟ୍ରଙ୍ଗରୁମ୍ ହୋଇଛି । ୩୦ଟି ମଡେଲ ପୋଲିଂ ବୁଥ ହୋଇଥିବା ବେଳେ ୫ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ନିଯୁକ୍ତ ହେବେ । ୩୧୨ ଜଣ ବାଲଟ୍ ପେପରରେ ଭୋଟ୍ ଦେଇଛନ୍ତି । କୋଭିଡ୍ ନଥିଲେ ବି ନିୟମ ମାନିବାକୁ କୁହାଯାଇଛି । ମାସ୍କ, ସାନିଟାଇଜର ରଖାଯିବ । ଏଥିସହ ଗ୍ରୀଷ୍ମ ପ୍ରବାହ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଆଜି ସନ୍ଧ୍ୟାରେ ସରିବ କ୍ୟାମ୍ପେନିଂ । ନିର୍ବାଚନ ମଣ୍ଡଳୀର ବାହାର ଲୋକ ରହିବେ ନାହିଁ । ହୋଟେଲ, ଲଜ୍ ସବୁ ଚେକିଂ କରାଯିବ । ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ରହିବ । ୧୨ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ଭୋଟ୍ ଦେଇ ପାରିବେ ଭୋଟର । ଟୋଲ୍ ଫ୍ରି ନମ୍ବର- ୧୯୫୦ ଜାରି କରାଯାଇଛି । ସବୁ ବୁଥରେ ଭୋଟର ସହାୟତା କେନ୍ଦ୍ର ଖୋଲା ଯାଇଛି । ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରୁ ଆଣିବା ପାଇଁ ସ୍ୱତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।