ବିରୋଧୀଙ୍କୁ ପଡ଼ିଶା ପସନ୍ଦ: ବ୍ରଜରାଜନଗର ପାଇଁ ଛତିଶଗଡ଼ରୁ ନେତା ଆଣି ପ୍ରଚାର କରିବେ ବିଜେପି, କଂଗ୍ରେସ

Brajrajnagar By Election Opposition Dependent On Chhattisgarh Leader

ଭୁବନେଶ୍ୱର: ଛତିଶଗଡ଼ ନେତାଙ୍କ ଉପରେ ବିରୋଧୀ ବିଜେପି ଓ କଂଗ୍ରେସର ଭରସା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ଛତିଶଗଡ଼ର ହେଭିୱେଟ୍ ନେତା ପ୍ରଚାର କରିବାକୁ ଆସିବେ । ଏପଟେ ମହାନଦୀ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଘେରିଛି ବିଜେଡି । ମହାନଦୀ ଜଳ ହଡ଼ପ କରିବା ପଛରେ ଛତିଶଗଡ଼ର ଯେଉଁ ଷଡ଼ଯନ୍ତ୍ର ରହିଛି ତାହାର ଜବାବ ବ୍ରଜାରାଜନଗରବାସୀ ଦେବେ । ମହାନଦୀ ବିବାଦ ଉପନର୍ବାଚନରେ ଉଠିବା ଆଶଙ୍କାରେ ଛତିଶଗଡ଼ ନେତାଙ୍କୁ ପ୍ରାଧାନ୍ୟ ନ ଦେବାକୁ କଂଗ୍ରେସ ଚିନ୍ତା କରିଛି । ସେପଟେ ବିଜେପି ଇଛା ନଥିଲେ ବି ଛତିଶଗଡ଼ ନେତାଙ୍କୁ ଦୂରେଇ ପାରୁ ନାହିଁ ।

Brajrajnagar By Election Opposition Dependent On Chhattisgarh Leader

ଓଡ଼ିଶାର ଲାଇଫଲାଇନ୍ ମହାନଦୀ । ବ୍ୟାରେଜ ପରେ ବ୍ୟାରେଜ ନିର୍ମାଣ କରି ଓଡ଼ିଶାର ଭାଗକୁ ଶୁଖାଇ ଦେଲାଣି ଛତିଶଗଡ଼ । ଏବେ ଉପନିର୍ବାଚନରେ ଛତିଶଗଡ଼ର ନେତାଙ୍କୁ ଘେରିବେ ବ୍ରଜରାଜନଗରବାସୀ । ଉପନିର୍ବାଚନ ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ଛତିଶଗଡ଼ରୁ ନେତା ବିଧାୟକ ସାଂସଦଙ୍କୁ ଆଣି ପ୍ରଚାର କରିବାକୁ ଯୋଜନା କରିଛନ୍ତି । ଯାହା ସେମାନଙ୍କ ପାଇଁ ବୁମେରାଂ ହେବ ବୋଲି ବିଜେଡି କହିଛି । ୨୦୧୬ରେ ଛତିଶଗଡ଼ରେ ରମଣ ସିଂ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମହାନଦୀ ବିବାଦ ଆରମ୍ଭ ହୋଇଥିଲା । ୨୦୧୮ରେ କଂଗ୍ରେସ ସରକାର ଆସିବା ପରେ ବି ନିର୍ମାଣରେ ରୋକ୍ ଲାଗିନାହିଁ ।

ଫଳରେ ପଶ୍ଚିମ ଓଡ଼ିଶା ସମେତ ଅନେକ ଜିଲ୍ଲାରେ ଏବେ ଜଳ ଅଭାବ ଦେଖା ଦେଉଛି । ଛତିଶଗଡ଼ର ଷଡ଼ଯନ୍ତ୍ରକୁ ବୁଝି ପାରି ପ୍ରଥମ ଥର ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ଜିଲ୍ଲାରେ ଦୁଇଟି ଯାକ ଆସନ ବିଜେଡିକୁ ଦେଇଛନ୍ତି ଭୋଟର । ସମାନ ପ୍ରଭାବ ଉପନିର୍ବାଚନରେ ମଧ୍ୟ ପଡ଼ିବ ବୋଲି ବିଜେଡି ନେତା ଦମ୍ଭୋକ୍ତି ଦେଖାଇଛନ୍ତି । କଂଗ୍ରେସ ପାଇଁ ଭୂପେଶ ବାଘେଲ ପ୍ରଚାର ମଇଦାନକୁ ଓହ୍ଲାଇବା ନେଇ ତାଲିକା ପ୍ରସ୍ତୁତ କରାଯାଇଛି । ସେହିପରି ଛତିଶଗଡ଼ର ଟାଣୁଆ ବିଜେପି ନେତା, ବିଧାୟକ ଓ ସାଂସଦ ମାନେ ମଧ୍ୟ ପ୍ରଚାର କରିବେ ।

Brajrajnagar By Election Opposition Dependent On Chhattisgarh Leader

ଛତିଶଗଡ଼ର ମହାନଦୀ ଷଡ଼ଯନ୍ତ୍ର ଯୋଗୁଁ ଦ୍ୱନ୍ଦ୍ୱରେ କଂଗ୍ରେସ । ରାଜ୍ୟର ଜଳ ସ୍ଥିତି ଖରାପ ହେବାରେ ଛତିଶଗଡ଼ର ଷଡ଼ଯନ୍ତ୍ରକୁ ବାରମ୍ବାର କଂଗ୍ରେସ ଦୋହରାଇଛି । ଯେଉଁଥିପାଇଁ ଛତିଶଗଡ଼ ନେତାଙ୍କ ଭରଷାରେ ନ ରହିବାକୁ ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ମହାନଦୀ ଷଡ଼ଯନ୍ତ୍ରକୁ ସ୍ୱୀକାର କରିବାକୁ ବିଜେପି ନାରାଜ । ଉପନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ଛତିଶଗଡ଼ ନେତାଙ୍କୁ ଆଣିବାର ରୋଡମ୍ୟାପ ପସ୍ତୁତ କରିଛି ଦଳ । ବ୍ରଜରାଜନଗର ଉପନିର୍ବାଚନକୁ ମହାନଦୀ ବିବାଦ ବହୁ ମାତ୍ରାରେ ପ୍ରଭାବିତ କରିପାରେ । କାରଣ ଛତିଶଗଡ଼ର ଏହି ଷଡ଼ଯନ୍ତ୍ରକୁ ଲୋକେ ଭଲ ଭାବେ ହୃଦୟଙ୍ଗମ କଲେଣି ।