ସ୍ତ୍ରୀ, ଦୁଇ ଝିଅ ପରେ ମିଳିଲା ସ୍ୱାମୀର ମୃତଦେହ, ସନ୍ଦେହରେ ସାନ ଭାଇ

Brajarajnagr Triple Murder Case, Husband Suicide

ଝାରସୁଗୁଡ଼ା: ବ୍ରଜରାଜନଗରରେ ତିନି ଜଣଙ୍କ ହତ୍ୟା ଘଟଣାରେ ନୂଆ ମୋଡ଼ । ଗତକାଲି ଘର ଭିତରୁ ସ୍ତ୍ରୀ ଓ ଦୁଇ ଝିଅଙ୍କ ମୃତ ଦେହ ମିଳିଥିବା ବେଳେ ଆଜି ସ୍ୱାମୀଙ୍କ ମୃତଦେହ ମିଳିଛି । ୨୪ ଘଣ୍ଟାରେ ପୂରା ନିଶ୍ଚିହ୍ନ ହୋଇଯାଇଛି ଗୋଟିଏ ପରିବାର । ପୂର୍ବରୁ ସ୍ତ୍ରୀ ଓ ଦୁଇ ଝିଅଙ୍କ ହତ୍ୟା ଘଟଣାରେ ସ୍ୱାମୀଙ୍କୁ ଅଭିଯୁକ୍ତ ବୋଲି ପୋଲିସ ସନ୍ଦେହ କରୁଥିଲା । ଆଜି ମୃତ ମହିଳାଙ୍କ ସ୍ଵାମୀଙ୍କ ମୃତଦେହ ଘର ପାଖ କୂଅରୁ ଉଦ୍ଧାର କରାଯାଇଛି । ବ୍ରଜରାଜନଗର ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Brajarajnagr Triple Murder Case, Husband Suicide

ଗଙ୍ଗାନଗର ଫାଟକ ପଦାରେ ଏକ କୂଅରୁ ନାରାୟଣ ପୋଦାରଙ୍କ ମୃତଦେହ ମିଳିଛି । ଗତକାଲି ମାଆ ଓ ଦୁଇ ନାବାଳିକା ଝିଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ମହିଳାଙ୍କ ପରିବାର ଲୋକେ ନାରାୟଣଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଏହି ଘଟଣାରେ ମୃତ ମହିଳାଙ୍କ ଦିଅରକୁ ପୋଲିସ ଅଟକ ରଖିଛି । ଆଜି ଘଟଣା ସ୍ଥଳକୁ ପୋଲିସ ଯାଇ ତଦନ୍ତ ଚଳାଇଛି ।

Brajarajnagr Triple Murder Case, Husband Suicide

ଛତିଶଗଡ଼ର ନାରାୟଣ ବ୍ରଜରାଜନଗରରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ସ୍ତ୍ରୀ ଏବଂ ତାଙ୍କ ଦୁଇ ଛୁଆ ମଧ୍ୟ ନାରାୟଣଙ୍କ ସହ ରହୁଥିଲେ । ମଙ୍ଗଳବାର ରାତିରେ ଖାଇସାରିବା ସମସ୍ତେ ଶୋଇଥିବା ବେଳେ, ଭୋରରୁ ନାରାୟଣ କୁଆଡେ ଚାଲି ଯାଇଥିଲେ । ସକାଳୁ କ୍ଷୀରବାଲା ତିନି ଜଣଙ୍କର ମୃତଦେହ ଦେଖି ପଡ଼ୋଶୀଙ୍କୁ ଜଣାଇବା ସହ ପୋଲିସକୁ ଖବର ଦେଇଥିଲେ । ମୃତ ମହିଳାଙ୍କୁ ପ୍ରାୟ ତିନି ମାସ ପୂର୍ବରୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଦିଅରଙ୍କୁ ଜେଲ ପଠାଯାଇଥିଲା । ଜାମିନରେ ଆସିବା ପରେ କ୍ଷୁବ୍ଧ ଦିଅର ଏପରି କାଣ୍ଡ ଘଟାଇ ଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ।

Leave a Reply