ବିଧାନସଭାରେ ଶପଥ ନେଲେ ବ୍ରଜରାଜନଗର ବିଧାୟିକା

ଭୁବନେଶ୍ୱର: ଶପଥ ନେଲେ ବ୍ରଜରାଜନଗର ନବନିର୍ବାଚିତ ବିଧାୟିକା ଅଳକା ମହାନ୍ତି । ଅଳକାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବ୍ରଜରାଜନଗର ଉପନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଅଳକା । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

ଅଳକା ଶପଥ ନେବା ପରେ ଏବେ ବିଧାନସଭାରେ ୧୧୪କୁ ବଢ଼ିଛି ବିଜେଡିର ବିଧାୟକ ସଂଖ୍ୟା । ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ବ୍ରଜରାଜନଗରରେ ଉପନିର୍ବାଚନ ହୋଇଥିଲା । କଂଗ୍ରେସ ପକ୍ଷରୁ କିଶୋର ପଟେଲ ପ୍ରାର୍ଥୀ ହୋଇଥିବାବେଳେ ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା  ।